ମୁକୁଳିବ କି ବିକିନି କିଲର ଶୋଭରାଜ? ସୁପ୍ରିମକୋର୍ଟଙ୍କ ହଁ, ଜେଲ କର୍ତ୍ତୃପକ୍ଷଙ୍କ ନା

କାଠମାଣ୍ଡୁ: ପୁଣି ଚର୍ଚ୍ଚାରେ ବିକିନି କିଲର ଚାର୍ଲସ ଶୋଭରାଜ। ୨୦୦୩ରୁ ଗିରଫ ହୋଇ ଜେଲରେ ଥିବା ଶୋଭରାଜକୁ ନେପାଳ ସୁପ୍ରିମକୋର୍ଟ ବୁଧବାର ସଜା ପୂରଣ ହେବା ଆଗରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜେଲ କର୍ତ୍ତୃପକ୍ଷ ଶୋଭରାଜକୁ ଛାଡ଼ି ନାହାନ୍ତି। ପ୍ରକୃତରେ କେଉଁ ମାମଲାରେ ସୁପ୍ରିମକୋର୍ଟ ତାକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେକଥା ଜଣାନାହିଁ। ତେଣୁ ଜେଲ କର୍ତ୍ତୃପକ୍ଷ ତାକୁ ଖଲାସ କରି ନାହାନ୍ତି। ଏହାକୁ ନେଇ ଏବେ ଜେଲ କର୍ତ୍ତୃପକ୍ଷ […]

Nepal

Nepal

Hemant Lenka
  • Published: Thursday, 22 December 2022
  • Updated: 22 December 2022, 09:08 PM IST

Sports

Latest News

କାଠମାଣ୍ଡୁ: ପୁଣି ଚର୍ଚ୍ଚାରେ ବିକିନି କିଲର ଚାର୍ଲସ ଶୋଭରାଜ। ୨୦୦୩ରୁ ଗିରଫ ହୋଇ ଜେଲରେ ଥିବା ଶୋଭରାଜକୁ ନେପାଳ ସୁପ୍ରିମକୋର୍ଟ ବୁଧବାର ସଜା ପୂରଣ ହେବା ଆଗରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜେଲ କର୍ତ୍ତୃପକ୍ଷ ଶୋଭରାଜକୁ ଛାଡ଼ି ନାହାନ୍ତି। ପ୍ରକୃତରେ କେଉଁ ମାମଲାରେ ସୁପ୍ରିମକୋର୍ଟ ତାକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେକଥା ଜଣାନାହିଁ। ତେଣୁ ଜେଲ କର୍ତ୍ତୃପକ୍ଷ ତାକୁ ଖଲାସ କରି ନାହାନ୍ତି। ଏହାକୁ ନେଇ ଏବେ ଜେଲ କର୍ତ୍ତୃପକ୍ଷ ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ବିକିନି କିଲର ଭାବେ ଜଣାଶୁଣା ୭୮ ବର୍ଷୀୟ ଶୋଭରାଜ ୧୯୭୫ ମସିହାର ଡବଲ ହତ୍ୟା ମାମଲାରେ ୨୦୦୩ରେ ଗିରଫ ହୋଇଥିଲା। ନେପାଳ ପୁଲିସ ତା’କୁ ଆମେରିକୀୟ ମହିଳା କୋନି ଜୋ ବ୍ରୋନଚିଞ୍ଚ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା।

ଶେଷରେ ତାକୁ ଦୋଷ ସାବ୍ୟସ୍ତ କରିଥିଲେ ନେପାଳ ସୁପ୍ରିମକୋର୍ଟ। କିନ୍ତୁ ଶୋଭରାଜ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ତା’ ବିରୋଧରେ କୌଣସି ପ୍ରମାଣ ନାହିଁ। କେବଳ ଅନୁମାନ କରି ତାକୁ ଦୋଷୀ ସାବ୍ୟସ୍ତ କରାଯାଉଥିବା ଶୋଭରାଜଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିଲେ।

ଏହାର କିଛି ବର୍ଷ ପରେ କୋନିଙ୍କ କାନାଡା ବନ୍ଧୁ ଲରେଣ୍ଟ କେରିଙ୍କ ହତ୍ୟା ମାମଲାରେ ବି ଶୋଭରାଜ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା। ଏକଦା ଭାରତରେ ମଧ୍ୟ ଶୋଭରାଜ ତା’ର ଆତଙ୍କ ରାଜ ଚଳାଇ ଗିରଫ ହୋଇଥିଲା।

ବିକିନି କିଲର ଶୋଭରାଜର ବାପା ଭାରତୀୟ ହୋଇଥିବା ବେଳେ ମା’ ଭିଏତାନାମର। ଶୋଭରାଜ ଫ୍ରାନ୍ସ ନାଗରିକ। ୭୦ ଓ ୮୦ ଦଶକରେ ସେ ୨୦ରୁ ଅଧିକ ହତ୍ୟା, ଚୋରି, ଲୁଟ ଭଳି ସାଂଘାତିକ ମାମଲାରେ ସାମିଲ ଥିଲା।

କେବଳ ଗୋଟିଏ ଦେଶରେ ତା’ର ଅପରାଧିକ ସାମ୍ରାଜ୍ୟ ସୀମିତ ନଥିଲା। ସେ ଏସିଆ ମହାଦେଶର ବିଭିନ୍ନ ଦେଶ ସମେତ ୟୁରୋପ ଓ ଆମେରିକାର ନିଜର ଅପରାଧ ଦୁନିଆକୁ ଗଢ଼ିଥିଲା। କେଉଁ ଦେଶରେ ସେ ବିକିନି କିଲର୍ ତ ଆଉ କେଉଁଠି ସର୍ପେଣ୍ଟ ଭାବେ ଜଣାଶୁଣା ଥିଲା କୁଖ୍ୟାତ ଅପରାଧୀ ଶୋଭରାଜ।

ଠକେଇ, ଲୁଟ ଓ ହତ୍ୟା ଭଳି ମାଳ ମାଳ ଘଟଣାରେ ସେ ସାମିଲ ଥିଲା। ସତେ ଯେମିତି ଅପରାଧ ଘଟାଇବାକୁ ହିଁ ହୋଇଥିଲା ତାର ଜନ୍ମ। କୁଖ୍ୟାତ ଅପରାଧୀ ତଥା ସିରିଏଲ୍ କିଲର୍ ଚାର୍ଲସ ଶୋଭରାଜ ଜୁଆ ଆଡ୍ଡା, ବାର୍ ଓ ହୋଟେଲରେ କଟାଉଥିଲା ଜୀବନ।

ଧନୀ ମହିଳା ଓ ଯୁବତୀଙ୍କୁ ବଶ କରିବା ଲାଗି, ତା’ ପାଖରେ ଥିଲା ସମ୍ମୋହନ କରିବାର କଳା। ଶୋଭରାଜ ଅନାୟାସରେ ମହିଳା ଓ ଯୁବତୀଙ୍କ ବିଶ୍ୱାସ ଜିତି ପ୍ରଥମେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲା। ଆଉ ସୁଯୋଗ ଦେଖି କେତେବେଳେ ସେମାନଙ୍କୁ ଲୁଟୁ ଥିଲା ତ ଆଉ କେତେବେଳେ ଡ୍ରଗ୍ସ କିମ୍ବା ବିଷ ଦେଇ ହତ୍ୟା କରୁଥିଲା। ଅପରାଧ ଘଟାଇବାରେ ତାକୁ ଯେମିତି ଆନନ୍ଦ ମିଳୁଥିଲା।

ଏହି ଚତୁର ଅପରାଧୀ ଥାଇଲ୍ୟାଣ୍ଡରେ ବିକିନି କିଲର୍ ନାଁରେ ପରିଚିତ ଥିଲା। ଶୋଭରାଜ ୭୦ ଦଶକରେ ବିଦେଶ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣସ୍ଥଳ ପଟାୟାରେ ୬ ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସମୁଦ୍ରକୂଳକୁ ମଉଜ କରିବାକୁ ଆସୁଥିବା ଏହି ମହିଳାମାନଙ୍କୁ ଡ୍ରଗ୍ସ ଦେବା ପରେ ସେମାନଙ୍କୁ ହତ୍ୟା କରିଥିଲା ଶୋଭରାଜ।

ତେବେ ଏସବୁ ଅପରାଧ ଲାଗି ଆଇନ୍ ଜାଲରେ ଫସିବା ପୂର୍ବରୁ ସେ ଭାରତରେ ସଜା କାଟୁଥିଲା। ଛଳନା କରି ମହିଳାଙ୍କୁ ଅତି ଚତୁରତାର ସହ ଠକି ପାରୁଥିବା ଓ ବାରମ୍ବାର ଜେଲ ଭାଙ୍ଗି ଖସିଯିବାରେ ସଫଳ ହୋଇଥିବାରୁ ସେ ସର୍ପେଣ୍ଟ ନାଁରେ ମଧ୍ୟ ପରିଚିତ।

୧୯୪୪ ମସିହା ଏପ୍ରିଲ ୬ରେ ଭିଏତନାମର ହୋ ଚି ମିନରେ ସହରରେ ଶୋଭରାଜର ଜନ୍ମ। ଶୋଭରାଜର ପ୍ରଥମେ ଗୁରୁମୁଖ ନାଁ ପାଇଥିଲା। ପରବର୍ତ୍ତୀ ଅବସ୍ଥାରେ ବାପା ହଟଚାନ୍ଦ ଶୋଭରାଜ ଓ ମା’ ସଙ୍ଗଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ସଙ୍ଗ ଫ୍ରାନ୍ସ ଚାଲିଯିବା ସହ ସେଠାକାର ଆଉ ଜଣଙ୍କୁ ବିବାହ କରିଥିଲେ। ସେହିଠାରେ ହିଁ ଚାର୍ଲସ ଶୋଭରାଜ ବଡ଼ ହୋଇଥିଲା।

ତେବେ ସେଠାରେ ଘଟାଇଥିବା ଅପରାଧରୁ ବର୍ତ୍ତିବା ଲାଗି ୧୯୭୦ରେ ସେ ପ୍ରଥମେ ଭାରତ ଚାଲି ଆସିଥିଲା। ମୁମ୍ବାଇରେ ପହଞ୍ଚିବା କ୍ଷଣି ସେ ସ୍ମଗଲିଂ ଓ କାର୍ ଚୋରି ଭଳି ଧନ୍ଦା ଆରମ୍ଭ କରିଥିଲା। ୧୯୭୩ରେ ଅଶୋକା ହୋଟେଲରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ତାକୁ ପ୍ରଥମ ଜେଲ୍ ହୋଇଥିଲା। ତେବେ ଅସୁସ୍ଥ ଥିବା ବାହାନା କରି ସେ ଜେଲରୁ ଖସି ଯାଇଥିଲା। ମାତ୍ର ମୁମ୍ବାଇ ପୁଲିସ ତାକୁ ପୁଣି ଗିରଫ କରିଥିଲା। ଏହା ପରେ ନିଜ ବାପାଙ୍କ ସହାୟତାରେ ସେ ଜାମିନ ପାଇଥିଲା ଓ ଆଫଗାନିସ୍ତାନ,ନେପାଳ ଇରାନ, ତୁର୍କୀ ଓ ଗ୍ରୀସ ଭଳି ଦେଶରେ ବୁଲିବା ସହ ଏକାଧିକ ଅପରାଧ ଘଟାଇଥିଲା। ୧୯୭୬ରେ ସେ ପୁଣି ଭାରତ ପଲାଇ ଆସିଥିଲା

ଫ୍ରାନ୍ସରୁ ଆସିଥିବା ଗୋଟିଏ ଛାତ୍ରଦଳକୁ ଡ୍ରଗ୍ସ ଦେଇ ସେ ଲୁଟିବା ଯୋଜନା କରୁଥିବା ବେଳେ ଏହା ଭଣ୍ଡୁର ହୋଇଯାଇଥିଲା। ଏହି ଘଟଣା ପରେ ସେ ଭାରତରେ ଘଟାଇଥିବା ଅନେକ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ୧୯୮୬ ଯାଏ ତିହାର ଜେଲରେ ଥିଲା ଚାର୍ଲସ୍ ଶୋଭରାଜ। ଏହାପରେ ତା’ର ଥାଇଲ୍ୟାଣ୍ଡ ଅପରାଧର ବିଚାର ଆରମ୍ଭ ହୋଇଥାଆନ୍ତା। ମାତ୍ର ଜନ୍ମଦିନ ପାର୍ଟି ଆଳରେ ଜେଲ୍ କର୍ମଚାରୀଙ୍କୁ ନିଶା ଔଷଧ ମିଶା ଲଡୁ ଖୁଆଇ ଅତି ଚତୁରତାର ସହ ଖସି ଯାଇଥିଲା।

ତେବେ ମୁମ୍ବାଇ ପୁଲିସ ଇନସ୍ପେକଟର ମଧୁକର ଜେଣ୍ଡେ ତା’କୁ ଗୋଆରୁ ଗିରଫ କରିଥିଲେ। ଏହାପରେ ଶୋଭରାଜର ଜେଲ ଦଣ୍ଡାଦେଶକୁ ଆଉ ୧୦ ବର୍ଷ ବଢାଯାଇଥିଲା। ୧୯୯୭ରେ ଭାରତୀୟ ଜେଲରୁ ମୁକୁଳିବା ବେଳକୁ ତା’କୁ ୫୨ ବର୍ଷ ହୋଇସାରିଥିଲେ। ଭାରତ ସରକାର ତା‘କୁ ଫ୍ରାନ୍ସ ପଠାଇ ଦେଇଥିଲେ।

ତେବେ ୨୦୦୩ରେ ସେ ଡକ୍ୟୁମେଣ୍ଟ ଫିଲ୍ମ ଶୁଟିଂ ଆଳରେ କାଠମାଣ୍ଡୁରେ ପହଞ୍ଚିଥିଲା। ଏହି ସମୟରେ ୧୯୭୫ ମସିହାରେ ୨ ଜଣ ମହିଳାଙ୍କୁ ହତ୍ୟା କରିବା ଘଟଣାରେ ନେପାଳ ପୁଲିସ ତା’କୁ ଗୋଟିଏ କାସିନୋରୁ ଗିରଫ କରିଥିଲା। ପ୍ରଥମେ ଇମିଗ୍ରେସନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସେ ଗିରଫ ହୋଇଥିଲା।

ଏହାପରେ ୧୯୭୫ ମସିହା ହତ୍ୟାକାଣ୍ଡ ଘଟଣାର ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ତା’ ନାଁରେ ଚାର୍ଜଫ୍ରେମ କରାଯାଇଥିଲା। କିନ୍ତୁ ଶୋଭରାଜ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନଥିଲା। ତଥାପି ତା’କୁ ୨୦ ବର୍ଷ ଜେଲଦଣ୍ଡ ମିଳିଥିଲା। ସେବେଠାରୁ ସେ କଡ଼ା ସୁରକ୍ଷା ବିଶିଷ୍ଟ କାଠମାଣ୍ଡୁ ଜେଲରେ ରହିଥିଲା।

୨୦ ବର୍ଷ ଜେଲ୍ ଦଣ୍ଡାଦେଶରୁ ବର୍ତ୍ତମାନ ସୁଦ୍ଧା ସେ ୧୯ ବର୍ଷ ପୂରଣ କରି ସାରିଛି। ତେବେ ଶୋଭରାଜକୁ ୭୮ ବର୍ଷ ହୋଇଯାଇଥିବାରୁ ତା’ପ୍ରତି ନେପାଳ ସୁପ୍ରିମକୋର୍ଟ କୋହଳ ମନୋଭାବ ଦେଖାଇଛନ୍ତି। କିନ୍ତୁ ଜେଲ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story