ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଲା ଏହି ଦେଶ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଭାରତରୁ ଆସୁଥିବା ସମସ୍ତ ବିମାନ ସେବା ଉପରେ ରୋକ୍ ଲଗାଇଛନ୍ତି। ଏପ୍ରିଲ ୧୧ରୁ ୨୮ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଏହି ସମୟରେ ବିଦେଶରେ ଥିବା ନ୍ୟୁଜିଲ୍ୟାଣ୍ଡ ଲୋକେ ମଧ୍ୟ ନିଜ ଦେଶକୁ ଆସିପାରିବେ ନାହିଁ।
ନିକଟରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଥିଲା। ହେଲେ ଏହାକୁ ରୋକିବାକୁ ଯାଇ ଦୁଇ ଦେଶର ସରକାର କରୋନା ସଂକ୍ରମିତ ଏରିଆକୁ ଚିହ୍ନଟ କରି ସେହି ଅଞ୍ଚଳକୁ ଲକଡାଉନ କରିଥିଲେ। ଏବେ ନ୍ୟୁଜିଲାଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ହେଲେ ଆଗକୁ ଯେମିତି ଏହି ଭାଇରସ ନବ୍ୟାପିବ ସେଥିପାଇଁ ନ୍ୟୁଜିଲାଣ୍ଡ ସରକାର ସଚେତନ ହୋଇଛନ୍ତି। ତେଣୁ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି। ଏବେ ଏହି ଦେଶରେ ମୋଟ୍ ୯୫ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏଥିମଥଧ୍ୟରୁ ୯୪ ଜଣ ସୀମାରୁ ଚିହ୍ନଟ ହୋଇଥିଲେ। ଆଉ ଏଥିମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ଯେଉଁମାନେ ଭାୟା ଦୁବାଇ ଆକାଶମାର୍ଗରେ ନ୍ୟୁଜିଲାଣ୍ଡକୁ ଆସିଥିଲେ।
New Zealand PM Jacinda Ardern temporarily suspends entry for all travellers from India, including its own citizens, following a high number of positive #COVID19 cases arriving from there. The suspension starts on April 11 and will be in place until April 28: Reuters pic.twitter.com/MCNUdLZTNs
— ANI (@ANI) April 8, 2021
ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧,୨୬,୭୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୫୯,୯୦୭ ଜଣ ସଂକ୍ରମିତ ହୋଇଛନ୍ତି। ଯାହାକି ସର୍ବାଧିକ। ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମରେ ୬୮୫ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ ଭଳି ପଦକ୍ଷେପ ନେଉଛନ୍ତି।
ଛତିଶଗଡ ସରକାର ୯ ଏପ୍ରିଲରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ରାୟପୁରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ଏଥି ସହିତ ପଞ୍ଜାବ ସରକାର ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଏପ୍ରିଲ ୬ରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ ଉପରେ ମଧ୍ୟ ଜୋର ଦିଆଯାଇଛି। ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୯.୦୧ କୋଟି ଟିକା ଡୋଜ ପ୍ରସ୍ତୁତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।