ସତ କହିବାରୁ ଭୟରେ ବିଦେଶ ପଳାଇଥିଲେ ପାକିସ୍ତାନୀ ସାମ୍ବାଦିକ, ଗୁଳି କରି ମର୍ଡ଼ର

ଇସଲାମାବାଦ: ସତ କହିବା ମହଙ୍ଗା ପଡ଼ିଲା। ପାକିସ୍ତାନୀ ସାମ୍ବାଦିକଙ୍କୁ ହତ୍ୟା। ପୁଲିସ ଗୁଳିରେ କେନିଆରେ ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କ ମୃତ୍ୟୁ ଘଟିଥିବା ସୋମବାର ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ମୁଁ ମୋ ବନ୍ଧୁ ହରାଇଲି। ମୁଁ ମୋ ପ୍ରିୟ ସାମ୍ବାଦିକ ଓ  ସ୍ୱାମୀଙ୍କୁ ହରାଇଲି।  ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଏମିତି ଦୁଃଖଭରା ଭାବେ ନିଜ ବୟାନ ରଖିଛନ୍ତି ଅର୍ଶଦଙ୍କ ପତ୍ନୀ ଜାଭେରିଆ ସିଦ୍ଦିକ।  ସେ ଟ୍ୱିଟ କରି ଲେଖିଛନ୍ତି ଯେ, କେନିଆରେ ପୁଳିସ ଗୁଳିରେ […]

pak

pak

Tapas Behera
  • Published: Monday, 24 October 2022
  • Updated: 24 October 2022, 06:11 PM IST

ଇସଲାମାବାଦ: ସତ କହିବା ମହଙ୍ଗା ପଡ଼ିଲା। ପାକିସ୍ତାନୀ ସାମ୍ବାଦିକଙ୍କୁ ହତ୍ୟା। ପୁଲିସ ଗୁଳିରେ କେନିଆରେ ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କ ମୃତ୍ୟୁ ଘଟିଥିବା ସୋମବାର ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ମୁଁ ମୋ ବନ୍ଧୁ ହରାଇଲି। ମୁଁ ମୋ ପ୍ରିୟ ସାମ୍ବାଦିକ ଓ  ସ୍ୱାମୀଙ୍କୁ ହରାଇଲି।  ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଏମିତି ଦୁଃଖଭରା ଭାବେ ନିଜ ବୟାନ ରଖିଛନ୍ତି ଅର୍ଶଦଙ୍କ ପତ୍ନୀ ଜାଭେରିଆ ସିଦ୍ଦିକ।  ସେ ଟ୍ୱିଟ କରି ଲେଖିଛନ୍ତି ଯେ, କେନିଆରେ ପୁଳିସ ଗୁଳିରେ ମୋ ସ୍ୱାମୀ ପ୍ରାଣ ହରାଇଛନ୍ତି।  ମୁଁ ଆଜି ମୋ ବନ୍ଧୁ, ସ୍ୱାମୀ ଏବଂ ମୋର ପ୍ରିୟ ସାମ୍ବାଦିକଙ୍କୁ ହରାଇଲି। ଆମ ପାରିବାରିକ ଗୋପନୀୟତକୁ ସନ୍ମାନ ଜଣାଇ ଦୟା କରି ଆମ ପରିବାର ଫଟୋ ପବ୍ଲିକରେ ସେୟାର ନକରିବାକୁ ସେ ନିବେଦନ କରିଛନ୍ତି। ଆମ ପରିବାର ବିଷୟରେ ସବିଶେଷ ତଥ୍ୟ ଏବଂ ହସପିଟାଲରେ ତାଙ୍କ ସ୍ୱାମୀଙ୍କ ଅନ୍ତିମ ଫଟୋ ସେୟାର ନକରିବାକୁ ସେ ଗଣମାଧ୍ୟମକୁ ନିବେଦନ କରିଛନ୍ତି। ହତ୍ୟା ଭୟରେ  ଅର୍ଶଦ ସରିଫ ପାକିସ୍ତାନ ଛାଡ଼ି  ଦୁବାଇ ଯାଇଥିଲେ।

ସରିଫଙ୍କ ଘନିଷ୍ଠ ବନ୍ଧୁଙ୍କ କହିବା ଅନୁଯାୟୀ ସରିଫଙ୍କୁ ଦୁବାଇରେ ଟାର୍ଗେଟ କରାଯାଉଥିବା ସଙ୍କେତ ପାଇବା ପରେ ସେ କେନିଆ ପଳାଇ ଯାଇଥିଲେ। ସରିଫଙ୍କ ହତ୍ୟାକାଣ୍ଡ ପଛରେ ଆଫଗାନ ହତ୍ୟାକାରୀଙ୍କ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ନାଇରୋବିରେ ସରିଫଙ୍କ ବେକକୁ ଗୁଳି କରି ହତ୍ୟା କରାଯାଇଛି। ତେବେ କେନିଆରେ ଥିବା ପାକିସ୍ତାନର ହାଇ କମିଶନ ସମ୍ପୃକ୍ତ ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରୁଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅର୍ଶଦ ସରିଫଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

ସାମ୍ବାଦିକ ଅର୍ସଦଙ୍କ ସରିଫଙ୍କ ମୃତ୍ୟ ଖବର ମୋତେ ଖୁବ ମର୍ମାହତ କରିଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍  ମଧ୍ୟ ଅର୍ସଦଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସତ କହିବାରୁ ଅର୍ସଦଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଲା।  ତାଙ୍କୁ ଦେଶ ଛାଡି ବିଦେଶରେ ଲୁଚି ରହିବାକୁ ପଡୁଥିଲା।  ସୋଶାଲ ମିଡିଆରେ ସେ ସତ୍ୟ କହିବା ଜାରି ରଖିଥିଲେ। କ୍ଷମତାର ଅସଲ ମୁଖା ଖୋଲୁଥିଲେ।  ଆଜି ତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଶୋକ କରୁଛି ବୋଲି ସେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story