ଏବେ ଭୂତର ସହର ପାଲଟିଛି ପଞ୍ଜଶିର

କାବୁଲ: ଆଫଗାନିସ୍ତାନର ପଞ୍ଜଶିର ଏବେ ଭୂତର ସହର ପାଲଟି ଯାଇଛି। ଏଠାରେ ତାଲିବାନ ଓ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ମଧ୍ୟରେ ଦୀର୍ଘ ଦିନ ଧରି ଲଢ଼େଇ ଚାଲିଥିଲା। ଏହି ଲଢ଼େଇରେ କିଏ ଜିତିଲା, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ଜୋରଦାର ଲଢ଼େଇ ଯୋଗୁ ଏଠାରେ ରହୁଥିବା ଅଧିକାଂଶ ସାଧାରଣ ଲୋକ କାବୁଲ ସମେତ ଅନ୍ୟାନ୍ୟ ଆଫଗାନ ପ୍ରଦେଶକୁ ଚାଲି ଯାଇଛନ୍ତି। ଫଳରେ ଏବେ ପଞ୍ଜଶିର ଏକ ପ୍ରକାରର ଜନଶୂନ୍ୟ ହୋଇ ଯାଇଛି। କେବଳ ତାଲିବାନୀ […]

Panjshir

Panjshir

Hemant Lenka
  • Published: Friday, 17 September 2021
  • Updated: 17 September 2021, 06:22 PM IST

Sports

Latest News

କାବୁଲ: ଆଫଗାନିସ୍ତାନର ପଞ୍ଜଶିର ଏବେ ଭୂତର ସହର ପାଲଟି ଯାଇଛି। ଏଠାରେ ତାଲିବାନ ଓ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ମଧ୍ୟରେ ଦୀର୍ଘ ଦିନ ଧରି ଲଢ଼େଇ ଚାଲିଥିଲା। ଏହି ଲଢ଼େଇରେ କିଏ ଜିତିଲା, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ଜୋରଦାର ଲଢ଼େଇ ଯୋଗୁ ଏଠାରେ ରହୁଥିବା ଅଧିକାଂଶ ସାଧାରଣ ଲୋକ କାବୁଲ ସମେତ ଅନ୍ୟାନ୍ୟ ଆଫଗାନ ପ୍ରଦେଶକୁ ଚାଲି ଯାଇଛନ୍ତି।

ଫଳରେ ଏବେ ପଞ୍ଜଶିର ଏକ ପ୍ରକାରର ଜନଶୂନ୍ୟ ହୋଇ ଯାଇଛି। କେବଳ ତାଲିବାନୀ ଓ ଏନଆରଏଫର କିଛି ସଦସ୍ୟ ସେଠାରେ ରହିଥିବା ଜଣାପଡ଼ିଛି। ଆଫଗାନର ଏକମାତ୍ର ପ୍ରଦେଶ ହେଉଛି ପଞ୍ଜଶିର, ଯାହାକୁ ତାଲିବାନ ଏଯାଏ ସଂପୂର୍ଣ୍ଣ ଭାବେ ଦଖଲ କରିପାରିନାହିଁ। ଏବେ ବି ଏନଆରଏଫ ସହ ତାଲିବାନୀଙ୍କ ଲଢ଼େଇ ଜାରି ରହିଥିବା କୁହାଯାଉଛି।

ଏବେ ବି ଅହମଦ ମାସୁଦ ଓ ଆଫଗାନର କାମଚଳା ରାଷ୍ଟ୍ରପତି ପଞ୍ଜଶିରରେ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ତଥାପି ଏହାର ଗାଁ ଗୁଡ଼ିକରେ କିଛି ହାତ ଗଣତି ବୃଦ୍ଧ ଓ ବୃଦ୍ଧା ରହିଛନ୍ତି। ଅଧିକାଂଶ ଲୋକ ନିଜ ଭିଟା ମାଟି ଓ ସାମଗ୍ରୀକୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ରିପୋର୍ଟ ଅନୁସାରେ, ପଞ୍ଜଶିରରେ ଥିବା ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଛି। ଅଧିକାଂଶ ସ୍ଥାନକୁ ତାଲିବାନ ବନ୍ଧୁକଧାରୀମାନେ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି। ତାଲିବାନୀମାନେ ଯେଉଁ ସବୁ ଅଞ୍ଚଳକୁ ଦଖଲ କରୁଛନ୍ତି, ସେଠାରେ ଲୋକମାନଙ୍କୁ ଅନ୍ୟତ୍ର ଯିବାକୁ ଦେଉନାହାନ୍ତି। ସେମାନେ ବିଦ୍ରୋହୀଙ୍କ ବିରୋଧରେ ସାଧାରଣ ଲୋକଙ୍କୁ ସୁରକ୍ଷା କବଚ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।


ତେବେ ପଞ୍ଜଶିର ସହପୂର୍ଣ୍ଣ ଭାବେ ତାଲିବାନ ପଞ୍ଝାରେ ପଡ଼ି ନଥିଲେ ମଧ୍ୟ ଲୋକମାନେ କାହିଁକି ଏଠାରୁ ଅନ୍ୟତ୍ର ଚାଲି ଯାଉଛନ୍ତି?

ଲୋକଙ୍କ ମତରେ ତାଲିବାନ ବିଭିନ୍ନ ଗାଁକୁ ଘେରି ରହିଥିବାରୁ ଲୋକମାନେ ନିଜକୁ ମୁକ୍ତ ବୋଲି ବିବେଚନା କରିପାରୁ ନାହାନ୍ତି। ପଞ୍ଜଶିରକୁ ତାଲିବାନ ସମସ୍ତ ପ୍ରକାରର ଜୀବନ ଧାରଣ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ବନ୍ଦ କରିଦେଇଛି। ଏହି କାରଣରୁ ଲୋକମାନେ ଅନ୍ୟ କୌଣସି ଉପାୟ ନ ପାଇ ପଞ୍ଜଶିର ଛାଡ଼ୁଛନ୍ତି।

ପଞ୍ଜଶିରରୁ ଆସି କାବୁଲରେ ରହିଥିବା କିଛି ଲୋକ କହିଛନ୍ତି, ଦୀର୍ଘ ସପ୍ତାହର ଲଢ଼େଇ ପରେ କିଏ ଜିତିଲା ଆମେ ଜାଣିପାରୁନୁ। ଗାଁ ଗୁଡ଼ିକୁ ପରସ୍ପର ଠାରୁ ଅଲଗା କରି ଦିଆଯାଇଛି। ଗୋଟିଏ ଗାଁରେ କ’ଣ ଘଟୁଛି, ସେକଥା ପଡ଼ୋଶୀ ଗାଁର ଲୋକମାନେ ଜାଣି ପାରୁନାହାନ୍ତି।

ତାଲିବାନ ନିଜକୁ ବିଜୟୀ ବୋଲି ଘୋଷଣା କରିଥିବା ବେଳେ ଏନଆରଏଫ ଲଢ଼େଇ ଚାଲିଥିବା କହୁଛି। ତେଣୁ ଲୋକମାନେ ଦ୍ୱନ୍ଦ୍ୱ ଭିତରେ ରହି ପଞ୍ଜଶିର ଛାଡ଼ୁଛନ୍ତି। ସେମାନଙ୍କ ମତରେ ଏବେ ପଞ୍ଜଶିରର ଅଧାରୁ ଅଧିକ ଲୋକ ନିଜ ଘର ଖାଲି କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos