ଆଉ ପାରୁ ନାହାନ୍ତି ପୁଟିନ! ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ଦେଲେ ସଙ୍କେତ

ମସ୍କୋ: ଦୀର୍ଘ ୩୦୩ ଦିନ ହେଲେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି। ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି। ସମ୍ଭବତଃ ଏହି କାରଣ ପାଇଁ ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ […]

Russia

Russia

Hemant Lenka
  • Published: Friday, 23 December 2022
  • Updated: 23 December 2022, 10:44 AM IST

Sports

Latest News

ମସ୍କୋ: ଦୀର୍ଘ ୩୦୩ ଦିନ ହେଲେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି। ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି।

ସମ୍ଭବତଃ ଏହି କାରଣ ପାଇଁ ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ ବୋଲି ପୁଟିନ କହିଛନ୍ତି। ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି। ହେଲେ ପ୍ରଥମଥର ପାଇଁ ପୁଟିନ ଏପରି ବୟାନ ଦେଇଛନ୍ତି। ତେଣୁ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

କ୍ରେମଲିନ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ୟୁକ୍ରେନ ଓ ଆମେରିକା ଯୁଦ୍ଧକୁ ନେଇ ରୁଷ ପ୍ରକଟ କରୁଥିବା ଚିନ୍ତାକୁ ଆଦୌ ଶୁଣୁ ନାହାନ୍ତି। ଏଥିସହ ରୁଷକୁ ଦୁର୍ବଳ କରିବା ପାଇଁ ୟୁକ୍ରେନକୁ ଆମେରିକା ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଛି ବୋଲି ମସ୍କୋ ପକ୍ଷରୁ ଅଭିଯୋଗ କରାଯାଇଛି। ଗୋଟିଏ ପଟେ ପୁଟିନ ୟୁକ୍ରେନ ସହ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ କ୍ରେମଲିନ ପକ୍ଷରୁ ଏପରି କୁହାଯାଇଛି।

ପୁଟିନ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଏହି ବିବାଦକୁ ଶେଷ କରିବା। ଆମେ ଏଥିପାଇଁ କଠିନ ପରିଶ୍ରମ କରୁଛୁ। ଏହା ଯେତେ ଶୀଘ୍ର ସମାପ୍ତ ହେବ ସେତେ ଭଲ ହେବ ବୋଲି ଆମେ ଚାହୁଁଛୁ। ସବୁ ବିବାଦ ଦିନେ ନା ଦିନେ ଶେଷ ହୋଇଥାଏ। ଯେକୌଣସି ମାଧ୍ୟମରେ ଏହା ଶେଷ ହେବ। କଥାବାର୍ତ୍ତା ହେଉ କି ଆଉ ଯେକୌଣସି ଉପାୟରେ ବିବାଦ ନିଶ୍ଚିତ ଶେଷ ହେବ। ଯେତେ ଶୀଘ୍ର ଆମ ବିରୋଧୀ(ୟୁକ୍ରେନ) ଏକଥା ବୁଝିବେ, ଏହା ସେତେ ଭଲ ରେଜଲ୍ଟ ଦେବ।”

ଅନ୍ୟପକ୍ଷରେ ରୁଷର ସାମରିକ ମୁଖ୍ୟ କହିଛନ୍ତି, ରୁଷ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କକୁ ନିୟନ୍ତ୍ରଣକୁ ନେବା ପାଇଁ ଧ୍ୟାନ ଦେଉଉନ୍ତି। ଏଠାରେ ଥିବା ବାଖମୁତ ସହର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରମୁଖ ସ୍ଥାନ ରହିଛି। ସେପଟେ ମସ୍କୋରେ ରହିଥିବା ଅଧିକାରୀମାନେ ବାରମ୍ବାର ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ଚାହୁଁଥିବା କହି ଚାଲିଛନ୍ତି।

ସେମାନେ ଯୁଦ୍ଧ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ଦୋଷ ଦେଉଛନ୍ତି। ଆଲୋଚନା ପାଇଁ ଜେଲେନସ୍କି ହିଁ ସମସ୍ତ ପ୍ରକାରର କୂଟନୀତିକ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି। ଏଥିସହ ସେ ରାଷ୍ଟ୍ରପତି ପୁଟିନଙ୍କ ସହ କୌଣସି ପ୍ରକାରର ବୁଝାମଣା କରିବାକୁ ଚାହୁଁ ନଥିବା ମସ୍କୋର ଅଧିକାରୀମାନେ ଦାବି କରିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିକଟରେ ଐତିହାସିକ ଆମେରିକା ଗସ୍ତରୁ ଫେରିଛନ୍ତି। ଆମେରିକା ଗସ୍ତ ବେଳେ ସେ ସେଠାକାର ସଂସଦକୁ ସମ୍ବୋଧନ କରି ନିଜର ପରାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସ୍ୱାଗତ କରିବା ସହ ୧.୮ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story