ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ଼: ଖେରସନରୁ ସେନା ପ୍ରତ୍ୟାହାର ଘୋଷଣା କଲା ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ମାସ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ନୂଆ ଟ୍ୱିଷ୍ଟ ଆସିଛି। ରୁଷ ସେନା କ୍ରମାଗତ ଭାବେ ୟୁକ୍ରେନ ଉପରେ ହମଲା କରୁଥିଲେ ହେଁ ଏଯାଏ ଆଖିଦୃଶିଆ ସଫଳତା ପାଇନାହାନ୍ତି। ଅବଶ୍ୟ ୟୁକ୍ରେନର କିଛି ଅଞ୍ଚଳ ରୁଷ ଦଖଲ କରିନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏସବୁ ଭିତରେ ବଡ଼ ଘୋଷଣା କରିଛି ରୁଷ। ୟୁକ୍ରେନର ଖେରସନରେ ଥିବା ଡନିପ୍ରୋ ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି […]

Russia

Russia

Hemant Lenka
  • Published: Thursday, 10 November 2022
  • Updated: 10 November 2022, 11:09 AM IST

Sports

Latest News

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ମାସ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ନୂଆ ଟ୍ୱିଷ୍ଟ ଆସିଛି। ରୁଷ ସେନା କ୍ରମାଗତ ଭାବେ ୟୁକ୍ରେନ ଉପରେ ହମଲା କରୁଥିଲେ ହେଁ ଏଯାଏ ଆଖିଦୃଶିଆ ସଫଳତା ପାଇନାହାନ୍ତି। ଅବଶ୍ୟ ୟୁକ୍ରେନର କିଛି ଅଞ୍ଚଳ ରୁଷ ଦଖଲ କରିନେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଏସବୁ ଭିତରେ ବଡ଼ ଘୋଷଣା କରିଛି ରୁଷ। ୟୁକ୍ରେନର ଖେରସନରେ ଥିବା ଡନିପ୍ରୋ ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି ରୁଷ। ଏହି ଅଞ୍ଚଳକୁ ରୁଷ ସେନା କବଜା କରି ରଖିଥିବା ବେଳେ ହଠାତ୍‌ ମସ୍କୋର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।

ସମ୍ଭବତଃ ୟୁକ୍ରେନ ସେନାର କଡ଼ା ଜବାବ ଯୋଗୁ ରୁଷ ଏଠାରେ ବ୍ୟାପକ କ୍ଷତି ସହୁଛି। ତେଣୁ ସେନା ଯବାନଙ୍କ ସୁରକ୍ଷା ପାଇଁ ରୁଷ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଖେରସନରୁ ସେନା ପ୍ରତ୍ୟାହାର ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ଆମେ ଆମର ସୈନିକଙ୍କ ଜୀବନର ସୁରକ୍ଷା ଓ ଆମର ଯୁଦ୍ଧ କ୍ଷମତାକୁ ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ବର୍ତ୍ତମାନ ସମୟରେ ସୈନ୍ୟମାନଙ୍କୁ ପଶ୍ଚିମ ଉପକୂଳରେ ରଖିବାର ମୂଲ୍ୟ କିଛି ନାହିଁ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟ ଅଞ୍ଚଳରେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି।

ତେବେ ରୁଷର ଏପରି ସେନା ପ୍ରତ୍ୟାହାର ଘୋଷଣା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ୟୁକ୍ରେନ। ସେହିପରି ରୁଷ ସେନା ପ୍ରତ୍ୟାହାର କରିଛି କି ନାହିଁ, ସେକଥା ମଧ୍ୟ ୟୁକ୍ରେନ ପକ୍ଷରୁ ନିଶ୍ଚିତ କରାଯାଇନି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ ନାଟକ କରୁଛି। ୟୁକ୍ରେନ ସେନାକୁ ଚକମା ଦେଇ ରୁଷ ଏହି ଯୁଦ୍ଧରେ ବିଜୟୀ ହେବାକୁ ଚାହୁଁଛି। ଏଥିରେ କେହି ବି ବିଶ୍ୱାସ କରିବା କଥା ନୁହେଁ ବୋଲି ସେ କହିଛନ୍ତି।

ଜେଲେନସ୍କିଙ୍କ ପରାମର୍ଶଦାତା କହିଛନ୍ତି, ରୁଷ ସେନା ଏବେ ଖେରସନ ଅଞ୍ଚଳରେ ରହିଛନ୍ତି। ସେହିପରି ରୁଷ ଅଧିକ ସଂଖ୍ୟକ ଯବାନ ମଧ୍ୟ ଉକ୍ତ ଅଞ୍ଚଳକୁ ପଠାଉଛି। ଖେରସନରେ ଯେଉଁ ପର୍ଯ୍ୟନ୍ତ ୟୁକ୍ରେନ ପତାକା ଉଡ଼ିନାହିଁ, ସେ ଯାଏ ରୁଷର ସୈନ୍ୟ ପ୍ରତ୍ୟାହାର ଘୋଷଣାର କୌଣସି ମୂଲ୍ୟନାହିଁ।


ଫେବୃଆରୀ ୨୪ ତାରିଖରେ ରୁଷ ପଡ଼ୋଶୀ ୟୁକ୍ରେନ ବିରୋଧରେ ୟୁଦ୍ଧ ଘୋଷଣା କରିଥିଲା। ସେବେଠାରୁ ଯୁଦ୍ଧ ଜାରି ରହିଥିବା ବେଳେ ରୁଷ କେବଳ ଖେରସନ ଭଳି ଏକମାତ୍ର ପ୍ରମୁଖ ସହରକୁ ଦଖଲ କରିବାକୁ ସକ୍ଷମ ହୋଇଛି। ୨୦୧୪ରେ ରୁଷ କ୍ରିମିଆ ଦଖଲ କରିଥିଲା। ଖେରସନକୁ କ୍ରିମିଆ ଲାଗି ରହିଥିବାରୁ ରୁଷ ସେନା ଏହାକୁ ସହଜରେ ଦଖଲ କରିନେଇଛି। ହେଲେ ଏବେ ରୁଷର ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos