ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନିର୍ବାଚନ

କଲମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ ହଟିଯିବ। ନିକଟ ସମ୍ପର୍କୀୟଙ୍କ କହିବାକୁ ମୁତାବକ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବେ ଶ୍ରୀଲଙ୍କା ସୀମାରେ ନୌସେନା ଜାହାଜ ଭିତରେ ଲୁଚିଛନ୍ତି। ଆସନ୍ତାକାଲି ଇସ୍ତଫାର ସାର୍ବଜନୀନ ଘୋଷଣା ପରେ ସେ ଦେଶ […]

gotabaya-rajapaksa

gotabaya-rajapaksa

Madhupriya Mistry
  • Published: Tuesday, 12 July 2022
  • Updated: 12 July 2022, 03:06 PM IST

Sports

Latest News

କଲମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ ହଟିଯିବ।

ନିକଟ ସମ୍ପର୍କୀୟଙ୍କ କହିବାକୁ ମୁତାବକ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବେ ଶ୍ରୀଲଙ୍କା ସୀମାରେ ନୌସେନା ଜାହାଜ ଭିତରେ ଲୁଚିଛନ୍ତି। ଆସନ୍ତାକାଲି ଇସ୍ତଫାର ସାର୍ବଜନୀନ ଘୋଷଣା ପରେ ସେ ଦେଶ ଛାଡି ଚାଲିଯିବେ। ଆସନ୍ତା ଜୁଲାଇ ୨୦ ତାରିଖରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ସଂସଦ ଅଧ୍ୟକ୍ଷ ଅଭୟବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି। ଗୋଟାବାୟଙ୍କ ଇସ୍ତଫା ପରେ ରାଣିଲ ବିକ୍ରମସିଙ୍ଘେଙ୍କୁ ତତ୍‌କାଳ ରାଷ୍ଟ୍ରପତି କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି।

ଜୁଲାଇ ୧୫ ତାରିଖରେ ସଂସଦରେ ସର୍ବଦଳୀୟ ବୈଠକ ହେବ। ଏହାପରେ ୧୯ ଜୁଲାଇରେ ରାଷ୍ଟ୍ରପତି ପଦର ନାମାଙ୍କନ ହେବ। ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ପ୍ରବଳ ବିରୋଧ ହୋଇଥିଲା। ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ ବିକ୍ଷୋଭକାରୀ। ଏପରିକି  ରାଷ୍ଟ୍ରପତି ଭବନକୁ ଘେରି ଯାଇଥିଲେ। କେବଳ ସେତିକି ନୁହେଁ ରାଷ୍ଟ୍ରପତି ଭବନରେ ମଧ୍ୟ ଧସେଇ ପଶିଥିଲେ। ଏହାପରେ ରାଷ୍ଟ୍ରପତି ଗୋଟାବାୟ ନିଜ ବାସଭବନ ଛାଡିବା ସହ ଦେଶ ଛାଡି କେଉଁଆଡେ ପଳାୟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story