ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି। ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା । ଆମେରିକା ଜିଓ ଲୋଜିକାଲ ସର୍ଭେ ବା USGS ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ତୀବତ୍ର ଥିଲା ୬.୯ । ତାଇତୁଙ୍ଗରୁ ୭.୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । କିଛି ସମୟ ପାଇଁ ଥରି ଉଠିଥିଲା ପୂର୍ବ ଦକ୍ଷିଣ ତାଇୱାନ ଅଞ୍ଚଳ । ରାଜଧାନୀ ତାଇପେଇ ଅଞ୍ଚଳରେ ବି ଭୂମିକମ୍ପର ପ୍ରଭାବ ଅନୁଭୁତ ହୋଇଛି । ଏହା ପୂର୍ବରୁ ତାଇୱାନରେ ଗତ ୧୯୯୯ ମସିହାରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ସେତେବେଳେ ଭୂମିକମ୍ପର ତୀବ୍ରତା ୭.୬ ଥିଲା । ଏଥିରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
କାହାକୁ ୮ହଜାର କୋଟିର ଅଫର ଦେଲେ ମସ୍କ ?
ଡିସେମ୍ବର ୨୪ରେ ଏପରି ପୋଷ୍ଟ ହୋଇଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇ ମସ୍କ କହିଛନ୍ତି ଯେ ଏହି ଅଫର ଏବେ ବି ବଳବତ୍ତର ରହିଛି।
International
ବିମାନ ଚକା ଭିତରୁ ମିଳିଲା ମୃତଦେହ, କର୍ମଚାରୀ ଛାନିଆ
ବିମାନର ଲ୍ୟାଣ୍ଡିଂ ଗିଅରର ଚକ ଭତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।
International
କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୩୮ ମୃତ, ସାମ୍ନାକୁ ଆସିଲା କାରଣ
ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍ ଟ୍ୟାଙ୍କ୍। ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
International
ଖ୍ରୀଷ୍ଟମାସରେ ବଡ଼ ଆଟାକ: ୟୁକ୍ରେନ ଉପରେ ୭୦ ମିସାଇଲ, ୧୦୦ ଡ୍ରୋନ ମାଡ଼ କଲା ରୁଷ
ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି।
International
ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ, ଥିଲେ ୭୨ ଯାତ୍ରୀ
ବିମାନବନ୍ଦର ନିକଟରେ ଅବତରଣ କରିବା ସମୟରେ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।