ଡାକ୍ତରଙ୍କ ପାଖରେ କାନ୍ଦିବାରୁ ମହିଳାଙ୍କୁ ଦେବାକୁ ପଡ଼ିଲା ୩,୧୦୦ ଟଙ୍କା

ୱାଶିଂଟନ: ଚିକିତ୍ସା ବେଳେ ଜଣେ ମହିଳା ସାମାନ୍ୟ ଭାବପ୍ରବଣ ହୋଇ କାନ୍ଦିବାରୁ ତାଙ୍କୁ ଦେବାକୁ ପଡ଼ିଛି ୪୦ ଡଲାର ବା ପ୍ରାୟ ୩,୧୦୦ ଟଙ୍କା। ଚିକିତ୍ସା ପରେ ଡାକ୍ତର ଦେଇଥିବା ବିଲ୍‌ରେ କାନ୍ଦିବା ପାଇଁ ୪୦ ଡଲାର ଚାର୍ଜ କରାଯାଇଥିବାରୁ ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆମେରିକାର ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ମହିଳାଙ୍କ ଭଉଣୀ କାମିଲ୍ଲେ ଜନସନ ଟ୍ୱିଟର୍‌ରେ ଉକ୍ତ ମେଡିକାଲ ବିଲ୍‌କୁ ଶେୟାର କରିଛନ୍ତି। ଏହି ବିଲ୍‌ରେ ସେ ଗୋଟିଏ […]

Doctor

Doctor

Hemant Lenka
  • Published: Thursday, 19 May 2022
  • Updated: 19 May 2022, 04:22 PM IST

Sports

Latest News

ୱାଶିଂଟନ: ଚିକିତ୍ସା ବେଳେ ଜଣେ ମହିଳା ସାମାନ୍ୟ ଭାବପ୍ରବଣ ହୋଇ କାନ୍ଦିବାରୁ ତାଙ୍କୁ ଦେବାକୁ ପଡ଼ିଛି ୪୦ ଡଲାର ବା ପ୍ରାୟ ୩,୧୦୦ ଟଙ୍କା। ଚିକିତ୍ସା ପରେ ଡାକ୍ତର ଦେଇଥିବା ବିଲ୍‌ରେ କାନ୍ଦିବା ପାଇଁ ୪୦ ଡଲାର ଚାର୍ଜ କରାଯାଇଥିବାରୁ ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆମେରିକାର ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି।

ମହିଳାଙ୍କ ଭଉଣୀ କାମିଲ୍ଲେ ଜନସନ ଟ୍ୱିଟର୍‌ରେ ଉକ୍ତ ମେଡିକାଲ ବିଲ୍‌କୁ ଶେୟାର କରିଛନ୍ତି। ଏହି ବିଲ୍‌ରେ ସେ ଗୋଟିଏ ଅଂଶକୁ ନାଲି ରାଉଣ୍ଡ କରିଛନ୍ତି। ଏଥିରେ ଲେଖାଯାଇଛି ଯେ ସାମାନ୍ୟ ଇମୋସନାଲ/ ବ୍ୟବହାରଜନିତ ଆଚରଣର ଚାର୍ଜ ୪୦ ଡଲାର। ଜନସନ ଟ୍ୱିଟରରେ ଲେଖିଛନ୍ତି, ତାଙ୍କ ଭଉଣୀ ଗୋଟିଏ ବିରଳ ରୋଗରେ ପୀଡ଼ିତ। ଏହାକୁ ନେଇ ସେ ହତାଶ ଓ ଅସହାୟ ମନେ କରୁଛନ୍ତି। ଏଥିପାଇଁ ସେ ଚିକିତ୍ସା ବେଳେ ସାମାନ୍ୟ ଭାବପ୍ରବଣ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କ ମେଡିକାଲ ବିଲ୍‌ରେ ୪୦ ଡଲାର ଚାର୍ଜ କରାଯାଇଛି।

ଜନସନ ଟ୍ୱିଟ କରିଥିବା ମେଡିକାଲ ବିଲ୍‌ ଅନୁଯାୟୀ, ତାଙ୍କ ଭଉଣୀ ଜାନୁଆରୀ ମାସରେ ହିଁ ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ମେଡିକାଲ ପକ୍ଷରୁ ମିଳିଥିବା ବିଲ୍‌ରେ କେଉଁଥି ପାଇଁ କେତେ ଡଲାର ଚାର୍ଜ କରାଯାଇଛି, ତା’ର ତଥ୍ୟ ରହିଛି। ଏଥିରେ ଲେଖାଯାଇଛି ଯେ ଭିଜନ ଆସେସମେଣ୍ଟ ଟେଷ୍ଟ ପାଇଁ ୨୦ ଡଲାର, ହିମଗ୍ଲୋବିନ ଟେଷ୍ଟ ପାଇଁ ୧୫ ଡଲାର, ରକ୍ତ ନମୁନା ସଂଗ୍ରହ ପାଇଁ ୩୦ ଡଲାର ଓ ସ୍ୱାସ୍ଥ୍ୟ ସ୍କ୍ରିନିଂ ପାଇଁ ୩୫୦ ଡଲାର ଚାର୍ଜ କରାଯାଇଛି। କିନ୍ତୁ ବିଲରେ କାନ୍ଦିବା ପାଇଁ ଡାକ୍ତର ୪୦ ଡଲାର ଚାର୍ଜ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

ଟ୍ୱିଟର୍‌ ଥ୍ରେଡରେ ଜନସନ ଲେଖିଛନ୍ତି, “ଗୋଟିଏ ଟୋପା ଲୁହ ପଡ଼ିଲା ଓ ସେମାନେ ୪୦ ଡଲାର ଚାର୍ଜ କରି ଦେଲେ। କିନ୍ତୁ ସେ କାହିଁକି କାନ୍ଦୁଛନ୍ତି? ତାଙ୍କୁ ସାହାଯ୍ୟ ନ କରି କିମ୍ବା ବିବାଦର ସମାଧାନ କରି ନାହାନ୍ତି। କିଛି ନ କରି କେବଳ ୪୦ ଡଲାର ଚାର୍ଜ ଲଗାଇ ଦେଇଛନ୍ତି।”

ଏହି ପୋଷ୍ଟକୁ ଲକ୍ଷାଧିକ ଲୋକ ଲାଇକ କରିବା ସହ ଶେୟାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story