ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

କିଭ୍‌: ଦୁର୍ଘଟଣାଗ୍ରସ୍ତ ହୋଇଛି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ କାର। ରାଜଧାନୀ କିଭ୍‌ର ଗୋଟିଏ ଟ୍ରାଫିକ ପୋଷ୍ଟ ଅତିକ୍ରମ କରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଜେଲେନସ୍କି କାର ମଧ୍ୟରେ ରହିଥିଲେ। ସେ ଏଥିରେ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ଆଦୌ ବଡ଼ ଧରଣର ନଥିଲା ଓ ଏଥିରେ କେହି ବି ଗୁରୁତର ହୋଇ ନଥିବା ଜେଲେନସ୍କିଙ୍କ ମୁଖପାତ୍ର ସେରହି ଫେସବୁକ ଜରିଆରେ ସୂଚନା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସେରହି ସୂଚନା ଦେଇ […]

Ukraine

Ukraine

Hemant Lenka
  • Published: Thursday, 15 September 2022
  • Updated: 15 September 2022, 09:43 AM IST

Sports

Latest News

କିଭ୍‌: ଦୁର୍ଘଟଣାଗ୍ରସ୍ତ ହୋଇଛି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ କାର। ରାଜଧାନୀ କିଭ୍‌ର ଗୋଟିଏ ଟ୍ରାଫିକ ପୋଷ୍ଟ ଅତିକ୍ରମ କରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଜେଲେନସ୍କି କାର ମଧ୍ୟରେ ରହିଥିଲେ। ସେ ଏଥିରେ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ଆଦୌ ବଡ଼ ଧରଣର ନଥିଲା ଓ ଏଥିରେ କେହି ବି ଗୁରୁତର ହୋଇ ନଥିବା ଜେଲେନସ୍କିଙ୍କ ମୁଖପାତ୍ର ସେରହି ଫେସବୁକ ଜରିଆରେ ସୂଚନା ଦେଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସେରହି ସୂଚନା ଦେଇ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଓ କେତେବେଳେ ଏହା ଘଟିଥିଲା, ସେକଥା କହି ନାହାନ୍ତି। କେବଳ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍‌ ସହ ଆଉ ଗୋଟିଏ ଘରୋଇ କାର୍‌ର ଧକ୍କା ହୋଇଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଦୁର୍ଘଟଣା ପରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ଜଣେ ଡାକ୍ତର କରିଥିଲେ। ସେ କୌଣସି ପ୍ରକାରର ଗୁରୁତର ଆଘାତ ପାଇ ନାହାନ୍ତି। ଏବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା, ତା’ର ତଦନ୍ତ କରାଯାଉଛି। ଘଟଣା ପରେ ଜେଲେନସ୍କିଙ୍କ ସହ ଥିବା ମେଡିକାଲ ଟିମ୍‌ ଘରୋଇ କାରର ଡ୍ରାଇଭରଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେଇଥିଲେ। ସେହିପରି ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ ବୋଲି ସେରହି କହିଛନ୍ତି।

ତାଙ୍କର ଏହି ସୂଚନା ପରେ ଜେଲେନସ୍କିଙ୍କ ଅଫିସ ପକ୍ଷରୁ ସେ ଦେଶବାସୀଙ୍କୁ ଦୈନିକ ସମ୍ବୋଧନ କରୁଥିବା ଭିଡିଓକୁ ରିଲିଜ କରାଯାଇଥିଲା। ଏଥିରେ ଜେଲେନସ୍କି ସୁସ୍ଥ ଥିବା ଭଳି ଦେଖାଯାଉଥିବା ବେଳେ ରୁଷ ସହ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି।

ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷ ତୁଳନାରେ ୟୁକ୍ରେନ ଅତ୍ୟନ୍ତ ଦୁର୍ବଳ ହୋଇଥିଲେ ମଧ୍ୟ କଡ଼ା ଲଢ଼େଇ ଜାରି ରଖିଛି। ଏପରି କି ୟୁକ୍ରେନ ଅପେକ୍ଷା ଯୁଦ୍ଧରେ ରୁଷ ଅଧିକ କ୍ଷତି ସହିବାରେ ଲାଗିଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos