କରୋନାରେ ଉହାନ ହସ୍ପିଟାଲ ନିର୍ଦ୍ଦେଶକ ମୃତ

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ଏହି ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନରେ କରୋନା ଜଣେ ହସ୍ପିଟାଲ ନିର୍ଦ୍ଦେଶକଙ୍କ ଜୀବନ ନେଇଛି। ଉହାନର ଏହି ହସ୍ପିଟାଲରେ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ସ୍ଥିତିରେ ଖୋଦ ହସ୍ପିଟାଲର ନିର୍ଦ୍ଦେଶକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ […]

u

Hemant Lenka
  • Published: Tuesday, 18 February 2020
  • , Updated: 18 February 2020, 04:04 PM IST

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ଏହି ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନରେ କରୋନା ଜଣେ ହସ୍ପିଟାଲ ନିର୍ଦ୍ଦେଶକଙ୍କ ଜୀବନ ନେଇଛି। ଉହାନର ଏହି ହସ୍ପିଟାଲରେ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଏଭଳି ସ୍ଥିତିରେ ଖୋଦ ହସ୍ପିଟାଲର ନିର୍ଦ୍ଦେଶକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ୭୨ ହଜାର ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ନାଁ ଲିଉ ଝିମିଙ୍ଗ। ସେ ଉହାନରେ ଥିବା ଉଚୁଆଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ରହିଥିଲେ। ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କୁ ଠିକ କରିବା ପାଇଁ ଅନ୍ୟ ଡାକ୍ତରମାନେ ଚେଷ୍ଟା କରିଥିଲେ ହେଁ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଏଯାଏ ଚାଇନାରେ ୬ ଜଣ ମେଡିକାଲ କର୍ମୀଚାରୀ ଲୋକଙ୍କ ସେବା କରିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ୧୭୧୬ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ଗତକାଲି ମଧ୍ୟରାତ୍ରରେ ଲିଉଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପରେ ଏହି ଖବରକୁ ଡିଲିଟ କରିଦିଆଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ଲିଉ ବଞ୍ଚିଛନ୍ତି ଏବଂ ଡାକ୍ତରମାନେ ତାଙ୍କୁ ସୁସ୍ଥ କରିବା କାର୍ଯ୍ୟରେ ଲାଗିଛନ୍ତି। ହେଲେ ସକାଳୁ ସକାଳୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story