ସାଓମି ଆଣୁଛି ନୂଆ ଫୋନ୍

ବହୁତ ଶୀଘ୍ର ଭାରତୀୟ ବଜାରକୁ ସାଓମି ଆଣୁଛି ନୂଆ ଫୋନ୍। ଫୋନ୍‌ଟି ହେଉଛି Redmi S2 ସ୍ମାର୍ଟଫୋନ୍। ଏହା ଭାରତରେ ଜୁନ୍ ୭ ତାରିଖରେ ଲଞ୍ଚ କରାଯିବ। ସାଓମି ନିକଟରେ ଚୀନ୍‌ରେ Redmi S2 ଲଞ୍ଚ୍ କରିଛି। ଏହାର ନାଁ  Redmi Y2 ବି ହୋଇପାରେ। କମ୍ପାନୀ ଏହାକୁ ବେଷ୍ଟ ସେଲଫି ଫୋନ୍‌ ଭାବେ ଲଞ୍ଚ କରିଛି। ସୋସିଆଲ ମିଡିଆରେ ସାଓମିର ଭାଇସ୍ ପ୍ରେସିଡେଣ୍ଟ ଓ କଣ୍ଟ୍ରି ହେଡ୍ ମନୁ ଜେନ୍ ବି କହିଛନ୍ତି ଯେ, ବହୁତ […]

xiaomi-redmi-s2

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 02:11 PM IST

ବହୁତ ଶୀଘ୍ର ଭାରତୀୟ ବଜାରକୁ ସାଓମି ଆଣୁଛି ନୂଆ ଫୋନ୍। ଫୋନ୍‌ଟି ହେଉଛି Redmi S2 ସ୍ମାର୍ଟଫୋନ୍। ଏହା ଭାରତରେ ଜୁନ୍ ୭ ତାରିଖରେ ଲଞ୍ଚ କରାଯିବ। ସାଓମି ନିକଟରେ ଚୀନ୍‌ରେ Redmi S2 ଲଞ୍ଚ୍ କରିଛି। ଏହାର ନାଁ  Redmi Y2 ବି ହୋଇପାରେ। କମ୍ପାନୀ ଏହାକୁ ବେଷ୍ଟ ସେଲଫି ଫୋନ୍‌ ଭାବେ ଲଞ୍ଚ କରିଛି। ସୋସିଆଲ ମିଡିଆରେ ସାଓମିର ଭାଇସ୍ ପ୍ରେସିଡେଣ୍ଟ ଓ କଣ୍ଟ୍ରି ହେଡ୍ ମନୁ ଜେନ୍ ବି କହିଛନ୍ତି ଯେ, ବହୁତ ଶୀଘ୍ର ବେଷ୍ଟ ସେଲଫି ଫୋନ୍‌ ଆସୁଛି। ସେ ଏହି ଫୋନ୍‌ରେ ଉଠାଇଥିବା ନିଜ ସେଲଫି ମଧ୍ୟ ପୋଷ୍ଟ କରିଛନ୍ତି।

Redmi S2 ବେଜଲ ଲେସ୍ ସ୍ମାର୍ଟ ଫୋନ୍‌। ଏଥିରେ ୫.୯୯ ଇଞ୍ଚ୍ ଏଚ୍‌ଡି ଡିସ୍‌ପ୍ଲେ, କ୍ୱାଲ୍କମ୍ ସ୍ନାପ ଡ୍ରାଗନ୍‌ ୬୨୫ ପ୍ରୋସେସର, ୪ଜିବି ରାମ୍ ଓ ୬୪ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି। ଯାହାକୁ ମାଇକ୍ରୋ ଏସଡି କାର୍ଡ ଜରିଆରେ ବଢ଼ାଯାଇ ପାରିବ।

Redmi S2ର ତିନିଟି କଲର ଭ୍ୟାରିଆଣ୍ଟ ରହିଛି। ସେଗୁଡ଼ିକ ହେଲା ରୋଜ ଗୋଲ୍ଡ,, ସ୍ୟାମ୍ପେନ୍ ଗୋଲ୍ଡ, ପ୍ଲାଟିନମ ସିଲଭର। ଏଥିରେ ୩,୦୮୦mAhର ବ୍ୟାଟେରୀ ଦିଆଯାଇଛି। ମେଟାଲ ୟୁନିବଡି ବାଲା ଏହି ଫୋନ୍‌ରେ ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏଥିରେ ଗୋଟିଏ ଲେନ୍ସ ୧୨ ମେଗାପିକ୍ସେଲ ଓ ନ୍ୟଟି ୫ ମେଗାପିକ୍ସେଲ। ସେଲଫି ପାଇଁ ଏଥିରେ ଏଲ୍ଇଡି ଫ୍ଲାସ ସହ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।  ଏଥିରେ Android Oreo ଉପରେ ଆଧାରିତ MUI 9 ଦିଆଯାଇଛି।

ଫୋନ୍‌ଟିର ୩ଜିବି ରାମ୍‌ ,୩୨ ଜିବି ଷ୍ଟୋରେଜ୍ ଭ୍ୟାରିଆଣ୍ଟର ଦାମ୍‌ ପାଖାପାଖି ୧୦ ହଜାର ୫୯୯ ଟଙ୍କା ରହିଥିବା ବେଳେ ୪ଜିବି ରାମ୍‌ ଓ ୬୪ ଜିବି ଇଣ୍ଟରନାଲ ମେମୋରି ଥିବା ଭ୍ୟାରିଆଣ୍ଟର ଦାମ୍‌ ପାଖାପାଖି ୧୩ ହଜାର ୭୩୦ ଟଙ୍କା ରହିଛି।

Related story