ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା
ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ତେବେ ହସ୍ପିଟାଲରେ ରହି ସେ ତାଙ୍କର ଅଫିସ କାମ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୟେଦ୍ୟୁରପ୍ପାଙ୍କ ଅଫିସ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ୟେଦ୍ୟୁରପ୍ପା ଅଫିସ କାଗଜପତ୍ର କାମ କରୁଥିବା ଦେଖିବାକୁ ମିଳିଛି।
WATCH: Karnataka Chief Minister @BSYBJP works from Manipal hospital where he is currently admitted after being tested positive for #COVID19. (1/2) @IndianExpress pic.twitter.com/vCARwprR2i
— Darshan Devaiah B P (@DarshanDevaiahB) August 4, 2020
ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ବିବୃତି ଜାରି କରିଛି। ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ସେ ସକ୍ରିୟ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଛି ବୋଲି ମଣିପାଲ ହସ୍ପିଟାଲ ସଂଧ୍ୟାରେ କହିଛି। ବିଜେପିର ଏହି ବରିଷ୍ଠ ନେତା ଯଦିଓ ଚିକିତ୍ସାଧୀନ ରହିଛନ୍ତି ହେଲେ ତାଙ୍କ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆରୋଗ୍ୟ ହୋଇଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।