ୟେସ୍ ବ୍ୟାଙ୍କକୁ ସାହାଯ୍ୟ ପାଇଁ ଏସ୍‌ବିଆଇକୁ ବାଧ୍ୟ କରାଯାଉଛି: ଚିଦାମ୍ବରମ

ନୂଆଦିଲ୍ଲୀ: ଶନିବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ୟେସ ବ୍ୟାଙ୍କ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ୍ ବ୍ୟାଙ୍କକୁ ସହାୟତା ଦେବାପାଇଁ ନିଜଆଡ଼ୁ ମନ ବଳାଇନି। ଏଥିପାଇଁ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବାଧ୍ୟ କରାଯାଇଛି ବୋଲି ସେ ଭାବୁଥିବା କହିଛନ୍ତି। ଚିଦାମ୍ବରମ କହିଛନ୍ତି, ଯେପରି ଏଲଆଇସି ଆଇଡିବିଆଇର ସୁରକ୍ଷା ପାଇଁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିନଥିଲା, ଠିକ ସେହିଭଳି ଏସବିଆଇ ମଧ୍ୟ ୟେସ୍ ବ୍ୟାଙ୍କ […]

chida

chida

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 06:07 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ୟେସ ବ୍ୟାଙ୍କ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ୍ ବ୍ୟାଙ୍କକୁ ସହାୟତା ଦେବାପାଇଁ ନିଜଆଡ଼ୁ ମନ ବଳାଇନି। ଏଥିପାଇଁ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବାଧ୍ୟ କରାଯାଇଛି ବୋଲି ସେ ଭାବୁଥିବା କହିଛନ୍ତି।

ଚିଦାମ୍ବରମ କହିଛନ୍ତି, ଯେପରି ଏଲଆଇସି ଆଇଡିବିଆଇର ସୁରକ୍ଷା ପାଇଁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିନଥିଲା, ଠିକ ସେହିଭଳି ଏସବିଆଇ ମଧ୍ୟ ୟେସ୍ ବ୍ୟାଙ୍କ ପାଇଁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିନଥିବ। ସେ କହିଛନ୍ତି।

ସେ କହିଛନ୍ତି, ୟେସ ବ୍ୟାଙ୍କ ସଙ୍କଟ ଏକ ବିପର୍ଯ୍ୟୟ। ଭାରତୀୟ ଜନତା ପାର୍ଟି ଦେଶର ଆର୍ଥିକ ପରିଚାଳନାରେ ଯେଭଳି ବିଫଳ ହୋଇଛି ଏହା ତାହାର ଅନ୍ୟତମ ଅଙ୍ଗ।

ସେ ବିଭିନ୍ନ ଉଦାହରଣ ମଧ୍ୟ ନେଇଛନ୍ତି। ସେ କହିଛନ୍ତି ବଜାରର ସ୍ଥିତି ମଧ୍ୟ ଏହି ସଙ୍କଟ ବାବଦରେ ବୟାନ କରୁଛି। ଗତକାଲି ସେନସେକ୍ସ ୮୮୪ ପଏଣ୍ଟ ଖସିଥିଲା। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶେୟାର ମୂଲ୍ୟରେ ୧୮ ଟଙ୍କା ହ୍ରାସ ହୋଇଥିଲା। ୟେସ୍ ବ୍ୟାଙ୍କର ଶେୟାର ୩୬.୮ ଟଙ୍କାରୁ ୧୬ ଟଙ୍କାକୁ ଖସିଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos