Advertisment

ଅବୈଧ ସନ୍ତାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ଅଛି କି?

ଅବୈଧ ସନ୍ତାନଙ୍କର ପିତାମାତାଙ୍କ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିବା ଉଚିତ୍ କି ନୁହେଁ? ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମ କୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଅବୈଧ ସନ୍ତାନଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ଅଛି କି ନାହିଁ ସେ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ କୋର୍ଟଙ୍କର ଏକ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରିଛନ୍ତି। ଏହି ପିଲାମାନେ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେବା ଉଚିତ୍ କି ନୁହେଁ ସେ ଉପରେ ଶୁଣାଣୀ କରିଛନ୍ତି ଖଣ୍ଡପୀଠ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ଏହି ଖଣ୍ଡପୀଠରେ ସାମିଲ୍ ଥିଲେ। ଏଥିରେ ଦୁଇଟି ମତ ପ୍ରକାଶ ପାଇଛି।

Advertisment

ପ୍ରଥମ ମତ ଅନୁସାରେ, ହିନ୍ଦୁ ବିବାହ ଆଇନ ଏକ ଲାଭଦାୟକ ନିୟମ ଥିଲା। ଏହି ନିୟମର ଉଦ୍ଦେଶ୍ୟ ଥିଲା କି ଯେଉଁ ନିରୀହ ଶିଶୁମାନେ ଅବୈଧ ଭାବେ ଜନ୍ମ ହୋଇଛନ୍ତି ସେମାନଙ୍କୁ ସମାଜିକ ମାନ୍ୟତା ପ୍ରଦାନ କରିବା। ସେହିପରି ଦ୍ୱିତୀୟ ମତ ଅନୁସାରେ, କୌଣସି ଶିଶୁକୁ 'ଅବୈଧ' ଭାବରେ ବିବେଚନା କରାଯିବା ଉଚିତ ନୁହେଁ। କାରଣ ଏହି ପିଲାମାନେ ଅବୈଧ ବିବାହରୁ ଜନ୍ମ ହୋଇଥାନ୍ତି। ମାତ୍ର ଏଥିରେ ସେମାନଙ୍କର କୌଣସି ଭୂମିକା ନଥାଏ। ତେଣୁ, ହିନ୍ଦୁ ବିବାହ ଆଇନର ଧାରା ୧୬ ଅନୁଯାୟୀ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଅଧିକାର ଦେଇଥାଏ। ଏହି ମାମଲାରେ ଶୁଣାଣି ସମୟରେ କୋର୍ଟରେ ବିଭିନ୍ନ ବିଚାରକୁ ଉପସ୍ଥାପନ କରାଯାଇଥିଲା।

କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଥିବା ଏକ ରାୟକୁ ଚ୍ୟାଲେଞ୍ଜ କରାଯିବା ପରେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଥିଲା। ୨୦୦୫ରେ କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଅବୈଧ ବିବାହରୁ ଜନ୍ମ ନେଇଥିବା ପିଲାଙ୍କର ପିତାମାତାଙ୍କ ପୈତୃକ ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ ବୋଲି ରାୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। 

Advertisment

ମାର୍ଚ୍ଚ ୩୧, ୨୦୧୧ରେ ଏକ ଦୁଇ ଜଣିଆ ଖଣ୍ଡପୀଠ ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ। ବେଞ୍ଚ କହିଥିଲେ, "କୋର୍ଟଙ୍କୁ ମନେ ରଖିବାକୁ ହେବ ଯେ ପିତାମାତାଙ୍କ ମଧ୍ୟରେ ଥିବା ସମ୍ପର୍କ ଆଇନ ଦ୍ୱାରା ଅନୁମୋଦିତ ହୋଇ ନପାରେ କିନ୍ତୁ ଏହିପରି ସମ୍ପର୍କରୁ ଜାତ ହୋଇଥିବା ଶିଶୁଙ୍କୁ ନିରପେକ୍ଷ ଭାବରେ ଦେଖାଯିବା ଉଚିତ୍। ଏପରି ସଂପର୍କରେ ଜନ୍ମିତ ଶିଶୁଙ୍କର ସମସ୍ତ ଅଧିକାର ଅଛି, ଯାହା ଏକ ବୈଧ ବିବାହରୁ ଜନ୍ମିତ ଅନ୍ୟ ପିଲାମାନଙ୍କୁ ଦିଆଯାଏ। ଏହା ହେଉଛି ଧାରା ୧୬(୩)ରେ ସଂଶୋଧନର ମୂଳ କାରଣ।" ବୁଧବାର (ଜୁଲାଇ ୨୬)ରେ ସୁପ୍ରିମକୋର୍ଟ ଏ ଉପରେ ହୋଇଥିବା ଯୁକ୍ତିକୁ ତର୍ଜମା କରି ରାୟ ସଂରକ୍ଷିତ ରଖିଛନ୍ତି। 

Supreme Court Illegitimate Child Right Over Ancestral Property Illegitimate Child Right