ବାୟୁ ସେନାର ଏୟାର ଶୋ’ ଦେଖିବା ବେଳେ ଚାଲିଗଲା ୩ ବ୍ୟକ୍ତିଙ୍କ ଜୀବନ

ଏୟାର ଶୋ’ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା।

Air Show

ଚେନ୍ନାଇ ଏୟାର ଶୋ’

Jitendra Garnayak
  • Published: Sunday, 06 October 2024
  • Updated: 06 October 2024, 10:51 PM IST

Sports

Latest News

ଏୟାର ଶୋ’ ଦେଖିବାକୁ ଆଜି ଚେନ୍ନାଇର ମରୀନା ବିଚ୍‌କୁ ଯାଇଥିବା ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ହିଟ୍ ଷ୍ଟ୍ରୋକ୍‌ରେ ପ୍ରାଣ ହରାଇଥିବା ଡାକ୍ତରମାନେ କହିଛନ୍ତି। ସେହିପରି ପ୍ରବଳ ଗହଳିରେ ଖରାରେ ବହୁ ସମୟ ଧରି ଛିଡ଼ା ହେବା ଯୋଗୁ ଡିହାଇଡ୍ରେସନ ହୋଇ ଆହୁରି ୨୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନଙ୍କୁ ଚିହ୍ନ କରାଯାଇଛି। ସେମାନେ ହେଉଛନ୍ତି ଶ୍ରୀନିବାସ (୪୮), କାର୍ତ୍ତିକେୟନ (୩୪) ଓ ଜନ୍ (୫୬)। 

୯୨ତମ ଭାରତୀୟ ବାୟୁସେନା ଦିବସ ପାଳନ ଅବସରରେ ଏହି ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏୟାର ଶୋ’ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ୧୬ ଲକ୍ଷ ଲୋକଙ୍କ ଏକତ୍ର କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସାମିଲ ହେବା ଏହି ଏୟାର ଶୋ’ର ଲକ୍ଷ୍ୟ ଥିଲା। 

ସକାଳ ୧୧ଟା ପୂର୍ବରୁ ଲୋକେ ମରୀନା ବିଚ୍‌ରେ ଜମା ହୋଇଥିଲେ। ଏମିତିକି ଭଲ ଜାଗା ଦେଖି ଛିଡ଼ା ହେବା ପାଇଁ ଅନେକ ସକାଳ ୮ଟାରୁ ଆସି ସେଠାରେ ପହଞ୍ଚି ଯାଇଥିଲେ। ତେବେ ଜୋର ଖରା ହେଉଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବହୁ ଲୋକ ଛତା ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଖରା ଯୋଗୁ ଏୟାର ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ କିଛି ଲୋକ ଅଚେତ ହୋଇଯାଇଥିଲେ।

ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ମରୀନା ବିଚ୍ ପାଖାପାଖି ଥିବା ଉଠା ଦୋକାନଗୁଡ଼ିକୁ ଉଠାଇ ଦିଆଯାଇଥିଲା। ଫଳରେ ସେଠାକୁ ଏୟାର ଶୋ’ ଦେଖିବାକୁ ଆସିଥିବା ଲୋକେ ପାଣି ଟିକେ ପିଇବାକୁ ପାଇ ନଥିଲେ ଓ କଲବଲ ହୋଇଥିଲେ। ଏହା ଦେଖି ଆଖପାଖରେ ରହୁଥିବା ଲୋକେ ପାଣି ଆଣି ଆବଶ୍ୟକ କରୁଥିବା ଲୋକଙ୍କୁ ଦେଇଥିଲେ। 

ଏୟାର ଶୋ’ ଶେଷ ହେବା ପରେ ଲୋକେ ଏକାବେଳେ ସେଠାରୁ ଚାଲିଯିବାକୁ ବାହାରିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକଙ୍କୁ ଅନେକ ସମୟ ଧରି ରାସ୍ତାରେ ଅପେକ୍ଷା କରିବାକୁ ପଡ଼ିଥିଲା।  

ଆଜିର ଏହି ଏୟାର ଶୋ’ ଦେଖିବା ପାଇଁ ୧୫ ଲକ୍ଷ ଲୋକ ଜମା ହୋଇଥିଲେ ବୋଲି କୁହାଯାଉଛି। ଏହି ଏୟାର ଶୋ’ରେ ୭୨ଟି ବିମାନ ଭାଗ ନେଇଥିଲେ। ଏଥିରେ ସୁପରସୋନିକ ଯୁଦ୍ଧ ବିମାନ ରାଫେଲ ସହିତ ଡକୋଟା, ତେଜସ, ଏସ୍‌ୟୁ-୩୦, ସାରଙ୍ଗ ଓ ସୁଖୋଇ ଏସ୍‌ୟୁ-୩୦ ବିମାନ ସାମିଲ ଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story