ସରକାରଙ୍କ ସହିତ ଶାନ୍ତିଚୁକ୍ତି ସ୍ୱାକ୍ଷର କଲା ULFA

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉଲ୍‌ଫାର ସମସ୍ତ ଉଚିତ୍ ଦାବିଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରାଯିବ।

ULFA

ଶାନ୍ତି ଚୁକ୍ତି ସ୍ୱାକ୍ଷର କଲା ULFA

Jitendra Garnayak
  • Published: Friday, 29 December 2023
  • Updated: 29 December 2023, 09:05 PM IST

Sports

Latest News

ବିଚ୍ଛିନ୍ନତାବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସୋମ ବା ULFA, କେନ୍ଦ୍ର ସରକାର ଓ ଆସାମ ସରକାରଙ୍କ ମଧ୍ୟରେ ଶୁକ୍ରବାର ଦିଲ୍ଲୀରେ ତ୍ରିପାକ୍ଷିକ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଉତ୍ତରପୂର୍ବାଞ୍ଚଳରେ ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀର କାର୍ଯ୍ୟକଳାପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନ୍ୟପକ୍ଷରେ ପରେଶ ବରୁଆଙ୍କ ନେତୃତ୍ୱାଧୀନ ULFA (Independent) ଗୋଷ୍ଠୀ ଏହି ଶାନ୍ତିଚୁକ୍ତିକୁ ବିରୋଧ କରିଛନ୍ତି।

ବେଆଇନ ପ୍ରବାସୀ ସମସ୍ୟାର ସମାଧାନ, ମୂଳ ଅଧିବାସୀଙ୍କୁ ଜମି ଅଧିକାର ପ୍ରଦାନ ସହିତ ଆସାମର ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା ଆଦି ପ୍ରତିଶ୍ରୁତି ଦିଆଯାଇ ଉଲ୍‌ଫା ସହିତ ଶାନ୍ତିଚୁକ୍ତି କରିଛନ୍ତି ସରକାର।

ଏହି ତ୍ରିପାକ୍ଷିକ ଶାନ୍ତିଚୁକ୍ତି ବେଳେ ଉପସ୍ଥିତ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉଲ୍‌ଫାର ସମସ୍ତ ଉଚିତ୍ ଦାବିଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରାଯିବ। ଏକ ସଂଗଠନ ଭାବେ ଉଲ୍‌ଫାକୁ ଭାଙ୍ଗି ଦିଆଯିବ। ଶାନ୍ତି ପ୍ରତିଷ୍ଠା ପାଇଁ ଉଲ୍‌ଫା ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ଉପରେ ଯେଉଁ ଭରସା ଦେଖାଇଛନ୍ତି, ତାକୁ ପୂର୍ଣ୍ଣ ସମ୍ମାନ ଦିଆଯିବ। ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ରହିଛି ବୋଲି ଶ୍ରୀ ଶାହ କହିଛନ୍ତି।

Also Read

ସେ ଆହୁରି କହିଛନ୍ତି ଯେ ଆସାମ ଓ ଅନ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଅନେକ ସ୍ଥାନରୁ ଆଫ୍‌ସ୍ପା (AFSPA) ଆଇନ ପ୍ରତ୍ୟାହାର ହୋଇଥିବାରୁ ଏହା ପ୍ରମାଣିତ କରୁଛି ଯେ ସେହି ଅଞ୍ଚଳଗୁଡ଼ିକରେ ବିଦ୍ରୋହ ପ୍ରାୟ ଶେଷ ହୋଇ ଆସିଲାଣି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଉଲ୍‌ଫା ସହିତ ଚୁକ୍ତି ହୋଇଥିବା ଯୋଗୁ ବିଦ୍ରୋହ ସମସ୍ୟାର ସମାଧାନ ବହୁମାତ୍ରାରେ ହୋଇଯାଇଛି।

୧୯୭୯ ମସିହା ଏପ୍ରିଲ ୭ ତାରିଖରେ ଆସାମର ଶିବସାଗରରେ ଉଲ୍‌ଫା ପ୍ରତିଷ୍ଠା ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ଆସାମର ମୂଳ ଅଧିବାସୀଙ୍କୁ ନେଇ ଏକ ସ୍ୱାଧୀନ ରାଷ୍ଟ୍ର ଗଠନ କରିବା। ପରବର୍ତ୍ତୀ ସମୟରେ ସଂଗଠନ ସଶସ୍ତ୍ର ଲଢ଼େଇ ଆରମ୍ଭ କରିଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ବିଦ୍ରୋହୀ ଗୋଷ୍ଠୀର ହିଂସାକାଣ୍ଡ ଯୋଗୁ ୧୯୭୯ରୁ ଏଯାବତ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story