ଉତ୍ତର ଓଡ଼ିଶାର ଅନନ୍ୟ ଆକର୍ଷଣ ତାଳସାରୀ ଓ ବିଚିତ୍ରପୁର

ବାଲେଶ୍ୱର: ବୁଲିଯିବାପାଇଁ ଯଦି କୁଆଡେ ବହାରିଛନ୍ତି ତାହାଲେ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟବାହାରକୁ ଯିବା କ’ଣ ନିହାତି ଆବଶ୍ୟକ? ଆମ ଓଡ଼ିଶାରେ ଏତେ ସୁନ୍ଦର ଆଉ ଆକର୍ଷଣୀୟ ସ୍ଥାନ ସବୁ ଦେଖିଲେ ଯେ କେହି ବି ଆନନ୍ଦିତ ହେବେ, ଆଉ ଉପଭୋଗ ମଧ୍ୟ କରିବେ। ଉତ୍ତର ବାଲେଶ୍ୱର ଜିଲ୍ଲାରେ ରହିଛି ୨୦ଟିରୁ ଅଧିକ ସୁନ୍ଦର ବେଳାଭୂମି।ଏହିଗୁଡିକ ମଧ୍ୟରେ ତାଳସାରୀ ଅନ୍ୟତମ।ବାଲେଶ୍ୱର ସହରଠାରୁ ୯୩ କିଲୋମିଟର ଓ ଜଳେଶ୍ୱରଠାରୁ ୪୩ କିଲୋମିଟର ଦୂରରେ ଥିବା ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ […]

talsari beach

talsari beach

Rakesh Mallick
  • Published: Wednesday, 15 April 2015
  • Updated: 13 September 2017, 12:21 PM IST

ବାଲେଶ୍ୱର: ବୁଲିଯିବାପାଇଁ ଯଦି କୁଆଡେ ବହାରିଛନ୍ତି ତାହାଲେ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟବାହାରକୁ ଯିବା କ’ଣ ନିହାତି ଆବଶ୍ୟକ? ଆମ ଓଡ଼ିଶାରେ ଏତେ ସୁନ୍ଦର ଆଉ ଆକର୍ଷଣୀୟ ସ୍ଥାନ ସବୁ ଦେଖିଲେ ଯେ କେହି ବି ଆନନ୍ଦିତ ହେବେ, ଆଉ ଉପଭୋଗ ମଧ୍ୟ କରିବେ।

ଉତ୍ତର ବାଲେଶ୍ୱର ଜିଲ୍ଲାରେ ରହିଛି ୨୦ଟିରୁ ଅଧିକ ସୁନ୍ଦର ବେଳାଭୂମି।ଏହିଗୁଡିକ ମଧ୍ୟରେ ତାଳସାରୀ ଅନ୍ୟତମ।ବାଲେଶ୍ୱର ସହରଠାରୁ ୯୩ କିଲୋମିଟର ଓ ଜଳେଶ୍ୱରଠାରୁ ୪୩ କିଲୋମିଟର ଦୂରରେ ଥିବା ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ସମୁଦ୍ରକୂଳଠାରୁ ମୁଖ୍ୟବେଳାଭୂମିର ଦୂରତା ପ୍ରାୟ ୫୦୦ ଶହ ମିଟର। ଯଦି ଜୁଆର ଆସିଥାଏ ତେବେ କୂଳରେ ରହିବାକୁ ପଡେ ନଚେତ ଭଟ୍ଟାପଡିଥିଲେ କୂଳରୁ ଚାଲି ଚାଲି ମୁଖ୍ୟବେଳାଭୂମି ଯାଏଁ ଯିବାକୁ ପଡିଥାଏ।ତାଳସାରି ବେଳାଭୂମିର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହେଲେ ପର୍ଯ୍ୟଟକମାନଙ୍କୁ ସୂର୍ଯେ୍ୟାଦୟ ସମୟ ହିଁ ଯିବାକୁ ପଡିବ।ଏହିଠାରେ ସମୁଦ୍ରରେ ଉଦିତ ଢେଉରେ ସୂର୍ଯର୍୍ୟ ଙ୍କର ଲାଲ କିରଣ ପଡି ସୁନେଲୀରଙ୍ଗ ଧାରଣ କରିଥାଏ।ଆଉ ଦଳ ଦଳ ଲାଲ୍ କଙ୍କଡାମାନଙ୍କର ଦଉଡ ଧାପଡ ଦୃଶ୍ୟ ଯେକୌଣସି ବ୍ୟକ୍ତିଙ୍କୁ ମତୁଆଲା କରିଦେଇଥାଏ।

ହଁ ଏହି ବେଳାଭୁମିରେ ଅଛି ପ୍ରକୃତ ଶାନ୍ତି ଓ ନିର୍ଜନର ବାତାବରଣ।ଏଠି ନା ଅଛି ହକର ଓ ବୁଲାବିକାଳୀଙ୍କ ଅଯଥା ଭିଡ।ନାଅଛି ସହରର ପ୍ରଦୁ୍ୟଷଣ ଓ କୋଳାହଳ।ଏହି ସବୁ ଝାମେଲାରୁ ବହୁ ଦୂରରେ ଏହି ବେଳାଭୂମି।ବ୍ୟସ୍ତ ବହୁଳ ଜୀବନରୁ ନିଜକୁ ମୁକ୍ତ କରି ବେଳାଭୂମିରେ ସମୟ ବିତାଉଥିଲେ ମନରେ ଭରିଯାଏ ଏକ ଅପୂର୍ବ ଅନୁଭବ।ତାଳସାରୀର ଅଳ୍ପଦୂରରେ ମାତ୍ର ୯ କିଲୋମିଟର ଦୂରରେ ଅଛି ଶଡିବିଲ-ବିଚିତ୍ରପୁର ଇକୋ ଟୁରିଜିମ ପ୍ରକଳ୍ପ।ଏହାହେଉଛି ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପ ସାଗର ମୁହାଣ ନିକଟରେ ଥିବା ଏକ ସୁନ୍ଦର ଆଉ ଘଂଚ ହେନ୍ତାଳ ବଣ।ଏଠାକୁ ଆସିଲେ ମନେ ହେବ ଆପଣ ଯେମିତି ଭତରକନିକାରେ ଥିବା ପରି।କୂଳରୁ ମୁହାଣ ପର୍ଯ୍ୟନ୍ତ ରହିଛି ଏକ ପ୍ରାକୃତିକ କେନାଲ ଏବଂ ଏଥିରୁ ବାହାରିଛି ଅନେକଗୁଡିଏ ଶାଖା କେନାଲ।ଏହି କେନାଲ କୂଳରେ ରହିଛି ହେନ୍ତାଳ ବନ ।

ମୁହାଣନିକଟକୁ ଯିବାକୁ ହେଲେ ପ୍ରକଳ୍ପ ପରିଚାଳନା କମିଟି ପକ୍ଷରୁ ତିଆରି ସ୍ୱତନ୍ତ୍ର ଜେଟିରୁ ମୋଟର ବୋଟ ଭଡାରେ ନେବାକୁ ପଡିବ।ତେବେ ସମୁଦ୍ରରେ ଦିନକୁ ଦୁଇଥର ଜୁଆର ଆସୁଥିବାରୁ ମୋଟର ବୋଟ ମଧ୍ୟ ଦିନକୁ ଦୁଇଥର ଯାତାୟତ କରିଥାଏ।କେନାଲ ମଧ୍ୟଦେଇ ମୁହାଣ ନିକଟକୁ ଯିବା ପାଇଁ ମାତ୍ର ୩୦ ମିନିଟ ସମୟ ଲାଗିଥାଏ।ମଝିରେ ଚାହିଁଲେ ପର୍ଯ୍ୟଟକମାନେ ବୋଟରୁ ଓହ୍ଳାଇ ହେନ୍ତାଳ ବଣ ଭିତରରେ ବୁଲିପାରିବେ।ସେଠାରେ ଏମିତିବି କିଛିସ୍ଥାନ ରହିଛି ଯେଉଁଠି ଥୁଣ୍ଟାଗଛର ଗଣ୍ଠି ସବୁ ଦେଖିବାକୁ ମିଳେ।ଏହସବୁ ସ୍ଥାନରେ ବୁଲିବାର ଅନୁଭୂତି ଅନନ୍ୟ।ସେଠାରେ ଆହୁରୀ ମଧ୍ୟ ଦେଖିବାକୁ ମିଳେ ସାରସ, ଗେଣ୍ଡାଳିଆ ଏବଂ ପାଣିକୂଆ ପରି ପକ୍ଷୀ।ବର୍ଷର ସବୁ ସମୟରେ ବିଚିତ୍ରପୁର-ଶଡିବିଲ ଇକୋଟୁରିଜିମ୍ ପ୍ରକଳ୍ପମାନ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୁଏ। କିନ୍ତୁ ଅକ୍ଟୋବରରୁ ଏପ୍ରିଲ ମାସ ଯାଏ ଏହି ସ୍ଥାନ ପରିଭ୍ରମଣ ପାଇଁ ଉପଯୁକ୍ତ।

ତାଳସାରି ଓ ବିଚିତ୍ରପୁର ବୁଲିବା ସହିତ ଉତ୍ତର ଓଡ଼ିଶାରର ପ୍ରସିଦ୍ଧ ପୀଠ ଚନ୍ଦନେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିପାରିବେ।ଏହାଛଡା ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଠେଶ୍ୱରଙ୍କୁ ମଧ୍ୟ ଦର୍ଶନ କରିପାରିବେ ପର୍ଯ୍ୟଟକ।ଏହି ସବୁ ସ୍ଥାନ ତାଳସାରୀ ଓ ବିଚିତ୍ରପୁର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ।ଯେହେତୁ ଉପରୋକ୍ତ ସବୁ ପର୍ଯ୍ୟଟନକେନ୍ଦ୍ର ବୁଲିବା ଗୋଟିଏ ଦିନରେ ସମ୍ଭବପର ନୁହେଁ।ଏଣୁ ତାଳସାରୀ ବେଳାଭୂମିସ୍ଥିତ ଓଟିଡିସିର ପାନ୍ଥ ନିବାସ ଅନ୍ୟ ଛୋଟବଡ ହୋଟେଲରେ ରାତ୍ରୀଯାପନର କରିବାର ବ୍ୟବସ୍ଥା ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଏବଂ ବିଭିନ୍ନ ଶୈବପୀଠ ଦର୍ଶନ କରିବା ପାଇଁ ଏହି ଟ୍ରିପ୍ ନିଶ୍ଚିତ ଲାଭଦାୟକ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story