ବ୍ରହ୍ମ ବିଭ୍ରାଟ: ପୁରୀରୁ ଗଡିଲା ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥ

ପୁରୀ: ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆରମ୍ଭ କରିଛି । ବିଜେପିର ବରିଷ୍ଠ ନେତାମାନେ ପୁରୀରେ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । ରଥ ସାକ୍ଷୀଗୋପାଳରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଯାତ୍ରା ଚଣ୍ଡିଖୋଲରେ ଶେଷ ହେବା । ଆସନ୍ତାକାଲି ଭଦ୍ରକ, […]

Bjp

Bjp

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 09:54 AM IST

Sports

Latest News

ପୁରୀ: ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆରମ୍ଭ କରିଛି । ବିଜେପିର ବରିଷ୍ଠ ନେତାମାନେ ପୁରୀରେ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । ରଥ ସାକ୍ଷୀଗୋପାଳରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଯାତ୍ରା ଚଣ୍ଡିଖୋଲରେ ଶେଷ ହେବା । ଆସନ୍ତାକାଲି ଭଦ୍ରକ, ୨ ତାରିଖରେ ମୟୁରଭଞ୍ଜ ଓ ୩ ତାରିଖରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନକୁ ରଥ ଯିବା ସହ ଦଳ ପକ୍ଷରୁ ସାଧାରଣ ସଭା କରାଯିବ । ୪ ତାରିଖରେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସଭା କରି ଦାରୁ ଚୟନରୁ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟରେ ସରକାରଙ୍କ ସମ୍ପୃକ୍ତି ଥିବା ଲୋକଙ୍କୁ ବୁଝାଇବ ଦଳ । ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଉଦଘାଟନୀ ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧାରି ଗମାଙ୍ଗ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦଳୀୟ ବିଧାୟକ ଓ କର୍ମୀ ଯୋଗଦେଇଥିଲେ । ସାଧାରଣ ସଭାରେ ଦଳର ବରିଷ୍ଠ ନେତାମାନେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲନ୍ତୁ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରିଛନ୍ତି।bjp1

କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଦଳ ସବୁ ଗାଁରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିବ । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି । ଜୁଏଲ ଓରାମ ଓ ବିଜୟ ମହାପାତ୍ର ବ୍ରହ୍ମ ପରିବର୍ତ୍ତନରେ ଦେଖା ଦେଇଥିବା ବିଭ୍ରାଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହାସହ ଉଭୟ ନେତା ଘଟଣାର ଜୁଡିସିଆଲ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ବିଜେପିର ଏପରି ଆନ୍ଦୋଳନକୁ ନେଇ କଂଗ୍ରେସ ଓ ବିଜେଡିର ନେତୃବୃନ୍ଦ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ନେତା ପ୍ରଦୀପ ମାଝି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହାକୁ ରାଜନୀତିକରଣ କରାଯାଉନାହିଁ । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପାଇଁ ସରକାର ଦାୟୀ । ସରକାର ଏହାକୁ ଠିକରେ ପରିଚାଳନା କରି ନ ପାରିବାରୁ ଏପରି ସ୍ଥିତି ଉପୁଜିଛି । ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଜଗନ୍ନାଥଙ୍କ ସଂସ୍କୃତି ସୁରକ୍ଷା ଲାଗି ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ସୁରକ୍ଷା ଯାତ୍ରାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଥିଲେ । ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଧାର୍ମୀକ ଭାବନାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ରାଜନୀତି କରୁଛନ୍ତି । ବ୍ରହ୍ମ ପରିବର୍ତ୍ତନରେ ଦେଖାଦେଇଥିବା ବିଭ୍ରାଟ ଘଟଣା ଉପରେ ସରକାର ନଜର ରଖିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଘଟଣାର ତଦନ୍ତ କରୁଛନ୍ତି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos