ସମ୍ବଲପୁର: ସାର୍ଟିଫିକେଟ୍ ପାଇଁ ଛାତ୍ରଙ୍କ ଠାରୁ ଲାଞ୍ଚ ନେଇ ଜୁନିୟର ଆସିଷ୍ଟାଣ୍ଟ୍ ଗିରଫ

ସମ୍ବଲପୁର: ଯୁକ୍ତ ଦୁଇ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦେବା ପାଇଁ  ଜଣେ ଛାତ୍ର ଠାରୁ ଏକ ହଜାର ଟଙ୍କ। ଲାଞ୍ଚ ନେଉଥିବା ଅଭିଯୋଗରେ  ଭିଜିଲାନସ୍ ଦ୍ୱାରା ଗିରଫ ହୋଇଛନ୍ତି ସମ୍ବଲପୁର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜୋନ୍ ଅଫିସର ଜୁନିୟର ଆସିଷ୍ଟାଣ୍ଟ । ତାଙ୍କ ନାଁ ଶାହନୱାଜ ଖାଁ। ବରଗଡ ସୋହେଲା ଅଂଚଳର ଆକାଶ ପଣ୍ଡା ୨୦୧୪ରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ। ପରେ ସେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ତାହାର ମାର୍କସିଟ […]

sbplanchha

sbplanchha

Rakesh Mallick
  • Published: Monday, 22 June 2015
  • Updated: 22 June 2015, 12:02 PM IST

Sports

Latest News

ସମ୍ବଲପୁର: ଯୁକ୍ତ ଦୁଇ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦେବା ପାଇଁ  ଜଣେ ଛାତ୍ର ଠାରୁ ଏକ ହଜାର ଟଙ୍କ। ଲାଞ୍ଚ ନେଉଥିବା ଅଭିଯୋଗରେ  ଭିଜିଲାନସ୍ ଦ୍ୱାରା ଗିରଫ ହୋଇଛନ୍ତି ସମ୍ବଲପୁର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜୋନ୍ ଅଫିସର ଜୁନିୟର ଆସିଷ୍ଟାଣ୍ଟ । ତାଙ୍କ ନାଁ ଶାହନୱାଜ ଖାଁ।

ବରଗଡ ସୋହେଲା ଅଂଚଳର ଆକାଶ ପଣ୍ଡା ୨୦୧୪ରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ। ପରେ ସେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ତାହାର ମାର୍କସିଟ ନେବା ପାଇଁ ସେ ଅଭିଯୁକ୍ତ ଜୁନିୟର ଆସିଷ୍ଟାଣ୍ଟ ଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଏଥିପାଇଁ ଏହି କର୍ମଚାରୀ ଜଣଙ୍କ ତାଙ୍କୁ ଏକ ହଜାର ଟଙ୍କ। ଲାଂଚ ମାଗିଥିଲେ। ଏ ନେଇ ଆକାଶ ଭିଜିଲାନସରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ଅନୁସାରେ ଆଜି ଦିନ ୧୧ ଟା ବେଳେ ସେ ଶାହନୱାଜଙ୍କୁ ଟଙ୍କ। ଦେଇଥିଲେ। ଏହା ପରେ ସେଠାରେ ଥିବା ଭିଜିଲାନସ ଅଧିକାରୀ ତାଙ୍କୁ ଧରିଥିଲେ। ଅନ୍ୟପକ୍ଷରେ ଶାହନୱାଜ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଏହା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos