ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ସାଧାରଣ ନିର୍ବାଚନରେ ଟିକେଟ ଆଶାୟୀ ଥିବା ନେତାମାନଙ୍କୁ ବିଜେପି ଆଜି ଥଇଥାନ କରିଛି।
ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନ ମୋହନ ଜେନା ଓ ଶଙ୍କର୍ଷଣ ପରିଡ଼ାଙ୍କୁ ରାଜ୍ୟ ଉପ ସଭାପତି, ଚଣ୍ଡି ପ୍ରସାଦ ସିଂ, ପ୍ରଶାନ୍ତ ଆଦିତ୍ୟ ଏବଂ ସତ୍ୟ ଜେନାଙ୍କୁ ରାଜ୍ୟ ସମ୍ପାଦକ, ଶୁଭଙ୍କର ମହାପାତ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ, ଦୀନବନ୍ଧୁ ପତିଙ୍କୁ ରାଜ୍ୟ ମୁଖପାତ୍ର , ସୁନନ୍ଦା ଶତପଥୀଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପ ସଭାନେତ୍ରୀ, ସୁରଜ ପାଇକରାୟଙ୍କୁ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଏବଂ କମଳେନ୍ଦୁଲାଲ୍ ମହାନ୍ତଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଭାବେ ନିଯୁକ୍ତି ମିଳିଛି।
ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଏହି ଦାୟିତ୍ୱ ଦେଇଛନ୍ତି ବୋଲି ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରୁ ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଦିବାସୀଙ୍କ ପାଇଁ ଖୁସି ଖବର, ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ଆମେ ମୁଖ୍ୟତଃ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।
Events & Festivals
ସଜେଇ ହେଲାଣି ଭୁବନେଶ୍ୱର, କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ।
Accident
ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା ଟ୍ରଲର
ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।
Crime
ମହାଠକ ହଂସିତାଙ୍କ ଘରେ ପଶିଲା ଆୟକର ଟିମ୍, ୧୨ଟି ସ୍ଥାନରେ ରେଡ
ଆଜି ମହାଠକ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ ।