୧୧ ଅଫୁଟା ବୋମା ଜବତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ପୌରାଞ୍ଚଳର ଲୋକେଶ୍ୱରପୁର ଅଞ୍ଚଳରୁ ୧୧ଟି ଅଫୁଟା ବୋମା ଜବତ କରାଯାଇଛି॥ ଏକ ବୁଦା ପାଖରେ ଏକ ପେଟିରେ ଏହି ବୋମା ରଖାଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ।

ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଅକାମୀ କରିଥିଲେ। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ, କାହିଁକି ବୋମାଗୁଡିକ ସେଠାରେ ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ।