୧୦୦୨ କୋଟି ଟଙ୍କାରେ ପ୍ରତିଷ୍ଠା ହେବ ୨ଟି ଶିଳ୍ପ, ନିଯୁକ୍ତି ପାଇବେ ୧୦୪୦

ଭୁବନେଶ୍ୱର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଜି ଦୁଇଟି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି। ଏହି ଦୁଇଟି ଶିଳ୍ପରେ ୧୦୦୨ କୋଟି ଟଙ୍କା ନିବେଶ ହେବ। ଏଥିରେ ୧୦୪୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ବୈଠକର ନିଷ୍ପତ୍ତି ଅନୁସାରେ କଳିଙ୍ଗନଗରଠାରେ ୧୦୦ ଏକର ଜାଗାରେ ଷ୍ଟିଲ ପ୍ରୋସେସିଂ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ। ବିଏମ୍‌ଡବ୍ଲ୍ୟୁ ସଂସ୍ଥା ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପରେ ୯୦୦ କୋଟି ଟଙ୍କା ନିବେଶ ହେବ। ଏଥିରେ ୬୦୦ […]

aditya prasad-padhi

aditya prasad-padhi

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 09:16 PM IST

ଭୁବନେଶ୍ୱର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଜି ଦୁଇଟି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି। ଏହି ଦୁଇଟି ଶିଳ୍ପରେ ୧୦୦୨ କୋଟି ଟଙ୍କା ନିବେଶ ହେବ। ଏଥିରେ ୧୦୪୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ।

ବୈଠକର ନିଷ୍ପତ୍ତି ଅନୁସାରେ କଳିଙ୍ଗନଗରଠାରେ ୧୦୦ ଏକର ଜାଗାରେ ଷ୍ଟିଲ ପ୍ରୋସେସିଂ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ। ବିଏମ୍‌ଡବ୍ଲ୍ୟୁ ସଂସ୍ଥା ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପରେ ୯୦୦ କୋଟି ଟଙ୍କା ନିବେଶ ହେବ। ଏଥିରେ ୬୦୦ ଜଣ ନିଯୁକ୍ତି ସୁଯୋଗ ପାଇପାରିବେ। ଟାଟା ଓ ଜିନ୍ଦଲଠାରୁ ଏହି କମ୍ପାନୀ ଷ୍ଟିଲ୍‌ କିଣି ଡାଉନ ଷ୍ଟ୍ରିମ୍‌ ପ୍ରୋଜେକ୍ଟରେ ବିନିଯୋଗ କରିବେ।

ଚୌଦ୍ୱାର ନିକଟସ୍ଥ ଇନ୍ଦ୍ରାଣୀ ପାଟଣା ଠାରେ ଏଲ୍‌ଏଲ୍‌ ଲଜିଷ୍ଟିକ କମ୍ପାନୀ ପକ୍ଷରୁ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବ। ଏଥିରେ ୧୦୨ କୋଟି ଟଙ୍କା ନିବେଶ ହେବ ଓ ୪୬୦ ଜଣ ସିଧାସଳଖ ନିଯୁକ୍ତି ପାଇବେ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉନ୍ନୟନ କମିଶନର, ଶିଳ୍ପ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, “ଦୁଇଟି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି। ଏଥିରେ ୧୦୦୨ କୋଟି ଟଙ୍କା ନିବେଶ ହେବ ଓ ୧୦୪୦ ଜଣ ସିଧାସଳଖ ନିଯୁକ୍ତି ପାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos