ଟୋଲ ଆଦାୟକୁ ବିରୋଧ:୨ତାରିଖରେ ସମ୍ବଲପୁର ବନ୍ଦ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ  ଡାକରା ଦିଆଯାଇଛି।  ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନ, ଆମ୍ବୁଲାନ୍ସ, ସ୍କୁଲ ବସ୍, ଓ କ୍ଷୀର ଗାଡ଼ିକୁ  ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ବରଗଡ଼ ଟୋଲ୍ ଗେଟରେ ବରଗଡ଼ ଲୋକଙ୍କୁ ଟୋଲ୍ ଛାଡ୍ କରାଯାଇଥିବାରୁ ସମ୍ବଲପୁରରେ ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ଟୋଲ୍ ନିଆ ନ ଯାଉ ବୋଲି ଦାବି  କରାଯାଇଛି । ଏ ସଂପର୍କରେ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।