ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଭଟ୍ଲି ଗୁଳିକାଣ୍ଡ ମାମଲାରେ ଗତକାଲି ପୁଲିସ୍ ବିଜେପିର ଯୁବ ନେତା ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭଟ୍ଲି ବନ୍ଦ ଡାକରା ଦିଆଯାଇଛି। ଫଳରେ ଭଟ୍ଲିରେ ସବୁ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ିଚଳାଚଳ ବି ବନ୍ଦ ରହିଛି। ଏଥିସହ ସ୍କୁଲ୍ ଓ କଲେଜ ମଧ୍ୟ ବନ୍ଦ ରହିଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ସକାଳେ ପିକେଟିଂ କରି ଭଟ୍ଲି ମୁଖ୍ୟ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନଯୋଗ୍ୟ, ଇରାଶିଷଙ୍କ ଘରେ ଭଟ୍ଲି ବିଜେପି କାର୍ଯ୍ୟାଳୟ ଚାଲିଛି। ଗତ ଜୁନ୍ ୧ ତାରିଖରେ ସେଠାରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଇରାଶିଷଙ୍କୁ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।
Accident
ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ
ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।
Crime
ବିବାହକୁ ୬ ମାସ ପୂରିନି; ଯୌତୁକ ଜୁଇରେ ଜଳିଲେ ନବବଧୂ
ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Crime
ପୁଅ ମାଡ଼ରେ ଗଲା ମା’ର ଜୀବନ; ୨୦ ଘଣ୍ଟା ହେଲା ପଡ଼ିଛି ମୃତଦେହ
ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି।