୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୧୩୦ଜଣ ଡାକ୍ତରଙ୍କୁ ଗଞ୍ଜାମ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୧୦୦ଜଣ ଆୟୁଷ ଓ ହୋମିଓପ୍ୟାଥି ଡାକ୍ତର ସାମିଲ ଅଛନ୍ତି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରୁ ୨୨ଜଣ ମେଡିକାଲ ଅଫିସର ଓ ପିଜି ଶେଷ କରିଥିବା ୮ଜଣ ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ସେହିପରି ୧୦୦ଜଣ ଆୟୁଷ ଓ ହୋମିଓପ୍ୟାଥି ଡାକ୍ତରଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ ୧୦୦ଜଣ ଡାକ୍ତରଙ୍କୁ ଜୁଲାଇ ୧୬ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ସିଡିଏମଓଙ୍କୁ ରିପୋର୍ଟ କରିବା ନିମନ୍ତେ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତାଲିକାରେ ୪୯ଜଣ ଆୟୁଷ ଡାକ୍ତର ଥିବାବେଳେ ଅନ୍ୟ ୫୧ଜଣ ହୋମିଓପ୍ୟାଥି ଡାକ୍ତର ଅଛନ୍ତି। ଏହି ଡାକ୍ତରମାନେ ଆର‌୍ୟୁବେଦିକ ମେଡିକାଲ ଅଫିସର ଓ ହୋମିଓପ୍ୟାଥି ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି।

ସୂଚନାଯୋଗ୍ୟ, ଏବେ ସମଗ୍ର ରାଜ୍ୟରେ ୧୪୨୮୦ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏଥିରେ କେବଳ ୪୩୩୫ଜଣ ଗଞ୍ଜାମ ଜିଲ୍ଲାର ଅଛନ୍ତି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କର ୬ କର୍ମଚାରୀ ଓ ଝିଅଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ଆର୍ଥିକ ଶୃଙ୍ଖଳା ନାମରେ ବିଶୃଙ୍ଖଳା କରୁଛନ୍ତି ରାଜ୍ୟ ସରକାର

‘କରୋନାଠୁ ବି ଘାତକ ସାଜୁଛି ଅକ୍ସିଜେନ ଅଭାବ, ଆଖି ଆଗରେ ଯାଉଛି ଜୀବନ’

ଅବିଶ୍ୱାସ ଲାଗୁଥିଲେ ବି ସତ; ମା’ ବିନା ଅଣ୍ଡାରୁ ଫୁଟୁଛି କୁକୁଡ଼ା ଛୁଆ

ବାଧା ଦେଲା ବିବେକ; ଗାଁକୁ ଅଟକ ପିଲାର ଚିକିତ୍ସା ପାଇଁ ମାଗୁଛନ୍ତି ସହାୟତା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ରାମ ମନ୍ଦିର ନିର୍ମାଣ ହେବା ପଛର କଂଗ୍ରେସ ନେତା: ସୁବ୍ରମଣ୍ୟମ ସ୍ୱାମୀ

ଚନ୍ଦ୍ରରେ ରୋବର ରହିଛି, ନାସାର ଫଟୋ ଶେୟାର କରି ଦାବି କଲେ ବିଶେଷଜ୍ଞ

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

କରୋନା ସୁପର୍ ସ୍ପ୍ରେଡର୍ ସାଜିଛନ୍ତି ବିଜେଡି ନେତା, ସହଯୋଗ କରୁଛନ୍ତି ତଳିଆ ଅଫିସର: ଦେବାଶିଷ

କରୋନା ନେଇଗଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

ଆରୋଗ୍ୟ ହେଲେ ୭୫୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ