କାମାକ୍ଷାନଗର (ବିଦ୍ୟାଧର ବରାଳ): ବ୍ୟାଙ୍କ ସମ୍ମୁଖରୁ ଲୁଟ୍। ଭୁଜାଲିରେ ହାଣି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ନେଇଗଲେ ଲୁଟେରା। ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ।
ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି।
ଆଜି ଦିନ ପ୍ରାୟ ୧୨ଟା ବେଳେ ସେ ୧୫ ଲକ୍ଷ ଟଙ୍କା ଧରି ଲୋଧଣୀ ଗାଁ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ଏହି ଟଙ୍କା ଜମା କରିବାକୁ ଆସିଥିବା ବେଳେ ବ୍ୟାଙ୍କ ସାମ୍ନାରେ ତାଙ୍କ ବାଟ ଓଗାଳିଥିଲେ ୩ ଜଣ ଦୁର୍ବୃତ୍ତ। ବାଇକ୍ରେ ଆସିଥିବା ଏହି ଦୁର୍ବୃତ୍ତମାନେ ହଠାତ୍ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ।
ଜୟନ୍ତଙ୍କ ହାତରେ ଭୁଜାଲି ଚୋଟ ବାଜିଥିବା ବେଳେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତନାଘନା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l