କାଳ ହେଲା କନିଅର ଫଳ: ୧୭ ଛାତ୍ରଛାତ୍ରୀ ଅସୁସ୍ଥ, ୨ ଗୁରୁତର

<p>ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅନନ୍ତପାଲି ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ପୂର୍ବରୁ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ ନିକଟରେ ଥିବା କନିଅର ଗଛରୁ ଫଳ ଆଣି ଖାଇ ଦେଇଥିଲେ। ପରେ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି ଓ ମୁଣ୍ଡ ବୁଲାଇବା ଲକ୍ଷଣ ଦେଖାଦେଇଥିଲା। ଛାତ୍ରଛାତ୍ରୀ କନିଅର ଫଳ ଖାଇଥିବା ନେଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଉପଜିଲ୍ଲାପାଳ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ&nbsp; ଜିଲ୍ଲାପଳଙ୍କ ନିର୍ଦ୍ଦେଶକ୍ରେମ ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ&nbsp; ସ୍ଥାନାନ୍ତର କରାଯାଇଛି। ସେମନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।</p> <p>ସମସ୍ତ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ରେଡକ୍ରସରୁ ବହନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ କନିଅର ଫଳ କିପରି ଖାଇଲେ? ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ କାହିଁକି ଏକଥା ଜାଣି ପାରିଲେ ନାହିଁ? ଆଦି ବିଷୟରେ ତଦନ୍ତ କରି ରିପୋର୍ଟ ଦେବାକୁ&nbsp; ଜିଲ୍ଲାପାଳ ବିଇଓଙ୍କୁ&nbsp; ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଯେଉଁମାନେ ଦୋଷି ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।</p>

Ordigital Desk
  • Published: Friday, 15 December 2017
  • Updated: 15 December 2017, 08:48 AM IST

Sports

Latest News

<p>ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅନନ୍ତପାଲି ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ପୂର୍ବରୁ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ ନିକଟରେ ଥିବା କନିଅର ଗଛରୁ ଫଳ ଆଣି ଖାଇ ଦେଇଥିଲେ। ପରେ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି ଓ ମୁଣ୍ଡ ବୁଲାଇବା ଲକ୍ଷଣ ଦେଖାଦେଇଥିଲା। ଛାତ୍ରଛାତ୍ରୀ କନିଅର ଫଳ ଖାଇଥିବା ନେଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଜାଣିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଉପଜିଲ୍ଲାପାଳ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ&nbsp; ଜିଲ୍ଲାପଳଙ୍କ ନିର୍ଦ୍ଦେଶକ୍ରେମ ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ&nbsp; ସ୍ଥାନାନ୍ତର କରାଯାଇଛି। ସେମନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।</p><p>ସମସ୍ତ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ରେଡକ୍ରସରୁ ବହନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ କନିଅର ଫଳ କିପରି ଖାଇଲେ? ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ କାହିଁକି ଏକଥା ଜାଣି ପାରିଲେ ନାହିଁ? ଆଦି ବିଷୟରେ ତଦନ୍ତ କରି ରିପୋର୍ଟ ଦେବାକୁ&nbsp; ଜିଲ୍ଲାପାଳ ବିଇଓଙ୍କୁ&nbsp; ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଯେଉଁମାନେ ଦୋଷି ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos