ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୫ ଜିଲ୍ଲାରୁ ନୂଆ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୨୯ ଲୋକାଲ କେସ୍ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
COVID-19 REPORT FOR 19th JUNE
New positive cases: 179
In quarantine: 150
Local contacts: 29(Details of local contacts will be shared by concerned District Administration)
District Wise Cases
1. Khordha: 27
2. Angul: 6
3. Nawarangpur: 1
4. Jagatsinghpur: 4
5. Cuttack: 15— I & PR Department, Odisha (@IPR_Odisha) June 20, 2020
ଗଞ୍ଜାମରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨ ଦିନ ଧରି ମଧ୍ୟ ଏହି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ଗୁରୁବାର ଏହି ଜିଲ୍ଲାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୭ଜଣ, ଖୋର୍ଦ୍ଧାରୁ ୨୭ଜଣ, କେନ୍ଦୁଝରରୁ ୧୮ଜଣ, କଟକରୁ ୧୫ଜଣ, ମୟୂରଭଞ୍ଜରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୁଳରୁ ୬ଜଣ, ଭଦ୍ରକ ଓ ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ ଲେଖାଏ, ଜଗତସିଂହପୁରରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩ଜଣ ,ବରଗଡ଼ ଓ ମାଲକାନଗିରିରୁ ୨ଜଣ ଲେଖାଏ, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ଫେରିଥିବା ଉଦ୍ଧାରକାରୀ ଦଳରୁ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
6. Bargarh: 2
7. Bhadrak: 5
8. Jajpur: 3
9. Malkangiri: 2
10. Rayagada: 5
11. Keonjhar: 18
12. Deogarh: 1
13. Ganjam: 57
14. Kendrapada: 5
15. Mayurbhanj: 10
16. NDRF/fire personnel: 18
(Returned from Amphan duty in WB)— I & PR Department, Odisha (@IPR_Odisha) June 20, 2020
New recoveries: 153
Cumulative tested: 219774
Positive: 4856
Recovered: 3297
Active cases: 1543— I & PR Department, Odisha (@IPR_Odisha) June 20, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଥିବା ବେଳେ ୩୨୯୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ସେମାନଙ୍କ ବ୍ୟତୀତ ୧୫୪୩ଜଣ ଏବେ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।