‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ’ରେ ଥଇଥାନ: ଅବସର ପରେ ୧୮ଜଣଙ୍କୁ ମିଳିଛି ପୁନଃନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର ଖାଲି ପଡ଼ିଥିବା ନିଜର ମୂଳ ପଦବୀଗୁଡ଼ିକୁ ଏପର୍ଯ୍ୟନ୍ତ ପୂରଣ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଏପଟେ କିନ୍ତୁ ଅବସର ନେଉଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେଇ ବର୍ଷ ବର୍ଷ ଧରି କାମ କରିବାର ସୁଯୋଗ ଦେଉଛନ୍ତି। ତା’ପୁଣି ରାଜ୍ୟ ରାଜକୋଷ ପାଣ୍ଠିରେ । ବିଶେଷକରି ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ପାଲଟିଥିବା ‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ’ରେ ଏବେ ୧୮ଜଣ କର୍ମଚାରୀଙ୍କୁ ଅବସରପରେ ପୁନଃନିଯୁକ୍ତି ଦିଆଯାଇ ଏକପ୍ରକାର ଥଇଥାନ କରାଯାଇଥିବା […]

sachibalaya

sachibalaya

Ordigital Desk
  • Published: Wednesday, 02 March 2022
  • Updated: 02 March 2022, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର ଖାଲି ପଡ଼ିଥିବା ନିଜର ମୂଳ ପଦବୀଗୁଡ଼ିକୁ ଏପର୍ଯ୍ୟନ୍ତ ପୂରଣ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଏପଟେ କିନ୍ତୁ ଅବସର ନେଉଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେଇ ବର୍ଷ ବର୍ଷ ଧରି କାମ କରିବାର ସୁଯୋଗ ଦେଉଛନ୍ତି। ତା’ପୁଣି ରାଜ୍ୟ ରାଜକୋଷ ପାଣ୍ଠିରେ । ବିଶେଷକରି ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ପାଲଟିଥିବା ‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ’ରେ ଏବେ ୧୮ଜଣ କର୍ମଚାରୀଙ୍କୁ ଅବସରପରେ ପୁନଃନିଯୁକ୍ତି ଦିଆଯାଇ ଏକପ୍ରକାର ଥଇଥାନ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ ୨୫ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୭୨୮୮୯ଟି ପଦବୀ ଖାଲି ପଡ଼ିଥିବାବେଳେ ସେଥିରୁ ୪୯୪୨୪ଟି ପଦବୀ ପୂରଣ ନିମନ୍ତେ ସରକାରଙ୍କ ନିଯୁକ୍ତି ଏଜେନ୍ସୀ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ବର୍ଷ ଧରି ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଏହାକୁ ପୂରଣ କରିବାରେ ଆଗ୍ରହ ନଦେଖାଇ ଗତ କିଛିବର୍ଷ ହେଲା ସରକାରୀ ଚାକିରିରୁ ଅବସର ନେଉଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦେଇ ଅଧିକାଂଶ ବିଭାଗକୁ ଥଇଥାନର କେନ୍ଦ୍ର କରାଇଛନ୍ତି ।

ବିଶେଷକରି ଏବେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ ହିଁ ପ୍ରମୁଖ ଥଇଥାନ କେନ୍ଦ୍ର ପାଲଟିଛି । ସେଠାରୁ ଅବସର ନେଉଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଛି । ତେବେ ଏତେ ସଂଖ୍ୟକ କର୍ମଚାରୀଙ୍କୁ କାହିଁକି ସେଠାରେ ପୁନଃନିଯୁକ୍ତି ଦେଇ ଥଇଥାନ କରାଯାଉଛି ଓ ନୂଆ କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ମିଳୁନି ତାହା ରାଜ୍ୟ ଲୋକସେବା ଭବନର ଅନ୍ୟ କର୍ମଚାରୀମାନଙ୍କୁ ଅସନ୍ତୁଷ୍ଟ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ୨୦୧୯ ଜୁଲାଇରୁ ୨୦୨୨ ଜାନୁୟାରୀ ମାସ ମଧ୍ୟରେ ଅବସର ନେଇଥିବା ମୋଟ ୧୮ଜଣଙ୍କୁ ପୁନଃନିଯୁକ୍ତି ମିଳିଛି । ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ, ଅସିତ୍ ତ୍ରିପାଠୀ, ଉପେନ୍ଦ୍ର ତ୍ରିପାଠୀ ଓ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମୋଟା ଅଙ୍କର ଦରମାରେ ପୁନଃନିଯୁକ୍ତି ମିଳିଥିବାବେଳେ ବରିଷ୍ଠ ଓଏଏସ୍ ଗୋପବନ୍ଧୁ ଦାଶଙ୍କ ସମେତ ବିପି ମିଶ୍ର, ସୁକାନ୍ତ କୁମାର ପଣ୍ଡା,ବିରଂଚି ନାରାୟଣ ନାଥଶର୍ମା, ବିଜୟ ଚନ୍ଦ୍ର ମିଶ୍ର, ବିକେ ବୋଷମଲ୍ଲିକ, ନିରଞ୍ଜନ ରାଉତରାୟ, ପଂଚାନନ ଶାନ୍ତି, ସୌରେନ୍ଦ୍ର ଦାସଙ୍କୁ ମଧ୍ୟ ଅବସର ପରେ ପୁନଃନିଯୁକ୍ତି ମିଳିଛି । ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ରବିନାରାୟଣ ମହାପାତ୍ର, ଟି. ନାରାୟଣ ରାଓ, କେଦାର ଚନ୍ଦ୍ର ତ୍ରିପାଠୀ,ଚନ୍ଦ୍ରଶେଖର ବେହେରା ଓ ଗଣପତି ମହାକୁଡ଼ଙ୍କୁ ଅବସର ପରେ ପୁନଃ ନିଯୁକ୍ତି ମିଳିଥିବା ଜଣାପଡ଼ିଛି ।

ତେବେ ଏହି ପୁନଃନିଯୁକ୍ତି ପଛରେ ସମ୍ପୃକ୍ତ କର୍ମଚାରୀମାନଙ୍କ ଆନୁଗତ୍ୟ ନା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ପଦାରେ ପଡ଼ିବା ଆଶଙ୍କାରେ ସେମାନଙ୍କୁ ପୁନଃନିଯୁକ୍ତି ମିଳୁଛି ତାହା ଜଣାପଡ଼ିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story