ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ୧୮୦ରୁ ଅଧିକ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କ ଚିନ୍ତାଧାରାଠାରୁ ନିଜକୁ ମୁକ୍ତ ରଖି ଯୋଡ଼ାମ୍ବ ଯନ୍ତ୍ରୀ ପଞ୍ଚାୟତର ଗାଁ ଲୋକେ ଆଜି ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ଏସ୍ଡିପିଓ, ଚିତ୍ରକୋଣ୍ଡା ବିଡିଓ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
ଗାଁ ଲୋକେ ପୂର୍ବରୁ ନକ୍ସଲ ସଂଗଠନ ପାଇଁ କାମ କରିଆସୁଥିଲେ। ଯନ୍ତ୍ରୀ ଅଞ୍ଚଳରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ ପରେ ନକ୍ସଲଙ୍କ ଗଡ ଭୁଶୁଡି ପଡିଲା। ଯାହାଫଳରେ ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଗାଁ ଲୋକେ ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଗାଁର କିଛି ଯୁବକ ନକ୍ସଲ ଦେଇଥିବା ୟୁନିଫର୍ମକୁ ଜାଳିଥିଲେ। ଏଥିସହ ନକ୍ସଲ ମୁର୍ଦ୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଭ୍ୟାନ, ସ୍ୱାମୀ-ସ୍ତ୍ରୀ ମୃତ
ଦୁର୍ଘଟଣା ଘଟାଇଥିବା କୁକୁଡ଼ା ବୋଝେଇ ଭ୍ୟାନଟି ଫେରାର୍ ହୋଇଯାଇଛି। ତଦନ୍ତ କରୁଛି ପୁଲିସ।
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Miscellaneous
ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ
ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।