ଆଉ ୧୯୧୭ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୦୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୦୦୩ ଜଣ ଅଛନ୍ତି। ନୂଆ […]

mask awarness

mask awarness

Jitendra Garnayak
  • Published: Friday, 23 July 2021
  • Updated: 23 July 2021, 09:39 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୦୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୦୦୩ ଜଣ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଜଣ ଥିବା ବେଳେ କଟକରୁ ୨୫୬, ପୁରୀରୁ ୧୧୮, ଜଗତସିଂହପୁରରୁ ୯୨, ଅନୁଗୋଳରୁ ୯୧ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୯ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୭, ଦେବଗଡ଼ରୁ ୧, ଢେଙ୍କାନାଳରୁ ୩୭, ଗଜପତିରୁ ୧୬, ଗଞ୍ଜାମରୁ ୭, ଯାଜପୁରରୁ ୮୭, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୩, କୋରାପୁଟରୁ ୧୦, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୬୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୫, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୫, ସୋନପୁରରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି।

୧୯୧୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୯ ହଜାର ୧୬୦ ଜଣ ସୁସ୍ଥ ହୋଇସାରିଛନ୍ତି ଓ  ୧୯ ହଜାର ୨୬୧ ଜଣ ଚିକିତ୍ସାଧୀନ ରହିଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୯ ଜଣ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ ଥିବା ବେଳେ ସମ୍ବଲପୁରରୁ ୭, କେନ୍ଦ୍ରାପଡ଼ାରୁ ୬, ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ବଲାଙ୍ଗିର, ଝାରସୁଗୁଡ଼ା, ରାୟଗଡ଼ା ଓ କନ୍ଧମାଳରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦୩କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୮୦, ବରଗଡ଼ରେ ୨୭୩, ବଲାଙ୍ଗିରରେ ୯୪, ଢେଙ୍କାନାଳରେ ୧୦୭, ଝାରସୁଗୁଡ଼ାରେ ୧୩୯, କନ୍ଧମାଳରେ ୬୫, କେନ୍ଦ୍ରାପଡ଼ାରେ ୧୨୫, ନୂଆପଡ଼ାରେ ୭୫, ରାୟଗଡ଼ାରେ ୧୫୯, ସମ୍ବଲପୁରରେ ୧୬୧, ସୁବର୍ଣ୍ଣପୁରରେ ୪୭ ଓ ସୁନ୍ଦରଗଡ଼ରେ ୪୬୨କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos