ବରଗଡ଼ରେ କାର୍‌ ଭିତରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣା: ବାପପୁଅ ଗିରଫ

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପ୍ରଚାର ଟଙ୍କା ଜବତ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। କାର୍&zwnj; ମାଲିକ ଆକାଶ ଅଗ୍ରୱାଲ ଏବଂ ତାଙ୍କ ବାପା ଓମ୍&zwnj; ପ୍ରକାଶ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ପଦ୍ମପୁର ଥାନାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।</p> <p>ଗତକାଲି ବରଗଡ଼ ଜିଲ୍ଲା ମହୁଲିପାଲି ଛକରୁ ଏକ କାର୍&zwnj;ରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ପଦ୍ମପୁର ପୋଲିସ ପକ୍ଷରୁ ମହୁଲିପାଲି ଚେକପୋଷ୍ଟରେ ଯାଞ୍ଚ ବେଳେ କାର୍&zwnj; ଡିକିରୁ ଏତେ ପରିମାଣର ଟଙ୍କା ଜବତ ହୋଇଥିଲା। କାଲି ରାତିରେ OR 17 G 1855 ନମ୍ବର ବିଶିଷ୍ଟ କାର୍&zwnj;ଟି ପଦ୍ମପୁରରୁ ବିଜେପୁର ଅଭିମୁଖେ ଯାଉଥିଲା। ତେବେ ପୋଲିସର ସନ୍ଦେହ ହେବାରୁ କାରଟିକୁ ଯାଞ୍ଚ ବେଳେ ଏହି ଟଙ୍କା ଥିବା ଦେଖିବାକୁ ମିଳିଥିଲା।&nbsp; ଏହା ପୂର୍ବରୁ ମଧ୍ୟ ଗତ ୧୪ ତାରିଖରେ ଗାଇସିଲେଟ୍ ଥାନା ଅନ୍ତର୍ଗତ ତାଲପାଲି ଛକରୁ ୨ଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା।</p>

Ordigital Desk
  • Published: Sunday, 18 February 2018
  • Updated: 18 February 2018, 10:28 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପ୍ରଚାର ଟଙ୍କା ଜବତ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। କାର୍&zwnj; ମାଲିକ ଆକାଶ ଅଗ୍ରୱାଲ ଏବଂ ତାଙ୍କ ବାପା ଓମ୍&zwnj; ପ୍ରକାଶ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ପଦ୍ମପୁର ଥାନାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।</p><p>ଗତକାଲି ବରଗଡ଼ ଜିଲ୍ଲା ମହୁଲିପାଲି ଛକରୁ ଏକ କାର୍&zwnj;ରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ପଦ୍ମପୁର ପୋଲିସ ପକ୍ଷରୁ ମହୁଲିପାଲି ଚେକପୋଷ୍ଟରେ ଯାଞ୍ଚ ବେଳେ କାର୍&zwnj; ଡିକିରୁ ଏତେ ପରିମାଣର ଟଙ୍କା ଜବତ ହୋଇଥିଲା। କାଲି ରାତିରେ OR 17 G 1855 ନମ୍ବର ବିଶିଷ୍ଟ କାର୍&zwnj;ଟି ପଦ୍ମପୁରରୁ ବିଜେପୁର ଅଭିମୁଖେ ଯାଉଥିଲା। ତେବେ ପୋଲିସର ସନ୍ଦେହ ହେବାରୁ କାରଟିକୁ ଯାଞ୍ଚ ବେଳେ ଏହି ଟଙ୍କା ଥିବା ଦେଖିବାକୁ ମିଳିଥିଲା।&nbsp; ଏହା ପୂର୍ବରୁ ମଧ୍ୟ ଗତ ୧୪ ତାରିଖରେ ଗାଇସିଲେଟ୍ ଥାନା ଅନ୍ତର୍ଗତ ତାଲପାଲି ଛକରୁ ୨ଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos