କୂଅ ଚାନ୍ଦିନୀରେ ବସିଥିଲେ ୨ ଭାଇ, ହଠାତ୍‌ ଗଳି ପଡ଼ିଲେ

ସମ୍ବଲପୁର(ସଞ୍ଜୟ ଜେନା): କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଦ୍ଭାଇ ।  ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ୨ ଭାଇ ହେଲେ  ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ ।  ଏହି ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଉଭୟ ସୁନିଲ  ଓ ସୁଶିଲଙ୍କ ଘର ସାହୁ କଲୋନୀରେ । ଗତ କାଲି […]

drown

drown

Niharika Rout
  • Published: Tuesday, 09 November 2021
  • Updated: 09 November 2021, 02:48 PM IST

ସମ୍ବଲପୁର(ସଞ୍ଜୟ ଜେନା): କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଦ୍ଭାଇ ।  ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ୨ ଭାଇ ହେଲେ  ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ ।  ଏହି ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଉଭୟ ସୁନିଲ  ଓ ସୁଶିଲଙ୍କ ଘର ସାହୁ କଲୋନୀରେ । ଗତ କାଲି ବିଳମ୍ବିତ ରାତିରେ ୨ ଭାଇ କୂଅର ଚାନ୍ଦିନୀ ଉପରେ ବସି ଗପସପ ହେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ।  ରାତି  ପ୍ରାୟ ୧ ଟା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଉଭୟଙ୍କୁ  କୁଅ ଭିତରୁ  ବାହାର  କରି ସଦର  ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos