ଭିନ୍ନକ୍ଷମ କୋଟାରେ ନାଁ ବାହାରିଲା, ହେଲେ ଫାଇନାଲ ଲିଷ୍ଟରୁ କଟିଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭାଗୀୟ ଅବହେଳା ହେଲା କାଳ। ଭିନ୍ନକ୍ଷମ କୋଟାରେ ମେରିଷ୍ଟ ଲିଷ୍ଟରେ ନାଁ ବାହାରିଲା । ମାତ୍ର ଫାଇନାଲ ଲିଷ୍ଟରୁ ନାଁ କଟିଗଲା। ଏପରି ଅଭିଯୋଗ ଆଣିଛନ୍ତି ଦୁଇ ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ଓ ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୧୬ ତାରିଖରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ କାଗଜପତ୍ର […]

ଶିକ୍ଷକ ପଦବୀରୁ ବଞ୍ଚିତ ହୋଇଥିବା ୨ ଭିନ୍ନକ୍ଷମ ପ୍ରାର୍ଥୀ।

ଶିକ୍ଷକ ପଦବୀରୁ ବଞ୍ଚିତ ହୋଇଥିବା ୨ ଭିନ୍ନକ୍ଷମ ପ୍ରାର୍ଥୀ।

Niharika Rout
  • Published: Sunday, 19 December 2021
  • Updated: 19 December 2021, 08:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭାଗୀୟ ଅବହେଳା ହେଲା କାଳ। ଭିନ୍ନକ୍ଷମ କୋଟାରେ ମେରିଷ୍ଟ ଲିଷ୍ଟରେ ନାଁ ବାହାରିଲା । ମାତ୍ର ଫାଇନାଲ ଲିଷ୍ଟରୁ ନାଁ କଟିଗଲା। ଏପରି ଅଭିଯୋଗ ଆଣିଛନ୍ତି ଦୁଇ ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ଓ ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୧୬ ତାରିଖରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ କାଗଜପତ୍ର ଥାଇ ମଧ୍ୟ ଏ ଦୁଇଜଣ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । କାଗଜପତ୍ର ପୁନଃ ଯାଞ୍ଚ କରି ସରକାର ତୁରନ୍ତ ନିଯୁକ୍ତି ଦେବେ ବୋଲି ଉଭୟ ଆଶା ରଖିଛନ୍ତି  । ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ  ଶିକ୍ଷକ ପଦବୀ ପାଇଁ ଆଶାୟୀ ଥିବା ପୁଷ୍ପାଞ୍ଚଳି ରାଉତ କହିଛନ୍ତି, ପୂର୍ବରୁ ୩ ଜଣଙ୍କୁ ସିଲେକ୍ଟ କରିଛନ୍ତି। ହେଲେ ଆମ ୨ ଜଣଙ୍କୁ କ’ଣ ପାଇଁ ଚୟନ କଲେନି ତାହା ଆମେ ଜାଣିନୁ। ଅପରପକ୍ଷେ, ଏନେଇ

ଦିବ୍ୟାଙ୍ଗ ଆଶାୟୀ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ସବୁ କିଛି ଡକ୍ୟୁମେଣ୍ଟ ଭେରିଫାଏ କରିବା ପରେ କହୁଛନ୍ତି ତମର କ’ଣ ପାଇଁ କଟିଲା ଆମେ ଜାଣିନୁ। ନିଜେ ଯଦି ସିଲେକସନ୍‌ କରୁଛନ୍ତି, ତେବେ କିପରି କହିପାରୁଛନ୍ତି କିପରି ନାଁ କଟିଲା ଆମେ ଜାଣିନୁ। ତା’ ହେଲେ ଆମେ କାହା ପାଖକୁ ଯିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos