ଘରକୁ ଫେରୁଥିଲେ ୨ ସାଙ୍ଗ, ବୁଲାଣିରେ ପିଟି ହୋଇଗଲା ବାଇକ୍‌

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢେଇ ଛକ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ବନ୍ଧୁଙ୍କ ଜୀବନ ଚାଲି  ଯାଇଛି। ପରିବାର ଲୋକ ପୁଅର ଫେରିବା ବାଟକୁ ଅନାଇ ବସିଥିବା ବେଳେ ଏପରି ଦୁର୍ଘଟଣା  ଖବରକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ମୃତକଦ୍ୱୟ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର  ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରିରେ […]

Accident

Accident

Niharika Rout
  • Published: Friday, 24 December 2021
  • Updated: 24 December 2021, 09:45 AM IST

Sports

Latest News

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢେଇ ଛକ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ବନ୍ଧୁଙ୍କ ଜୀବନ ଚାଲି  ଯାଇଛି। ପରିବାର ଲୋକ ପୁଅର ଫେରିବା ବାଟକୁ ଅନାଇ ବସିଥିବା ବେଳେ ଏପରି ଦୁର୍ଘଟଣା  ଖବରକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ମୃତକଦ୍ୱୟ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର  ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି।

[caption id="attachment_701285" align="aligncenter" width="650"]bike ଦୁର୍ଘଟଣାସ୍ଥଳରେ ପଡ଼ି ରହିଥିବା ବାଇକ୍‌।[/caption]

ଗତକାଲି ବିଳମ୍ବିତ ରାତ୍ରିରେ ଉଭୟ ଯୁବକ କୋଣାର୍କରୁ କାକଟପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ଗାଡ଼ିଟି ଦୃତ ଗତିରେ ଥିବା ବେଳେ ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ଟି ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ଦୁଇ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ  ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos