ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ରକ୍‌, ବର ପିତାଙ୍କ ସମେତ ଦୁଇ ମୃତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ବର ପିତାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିବା ଟ୍ରକ୍‌ ଚାଳକ ନିଶାସକ୍ତ ଥିବା ଅଭିଯୋଗ ହୋଇଛି। ଆଜି ଥିଲା ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ଼ୁଙ୍କ ପୁଅର ବାହାଘର। ସେଥିପାଇଁ […]

Malkangiri

Malkangiri

Manoranjan Sial
  • Published: Wednesday, 24 November 2021
  • Updated: 24 November 2021, 06:58 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ବର ପିତାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିବା ଟ୍ରକ୍‌ ଚାଳକ ନିଶାସକ୍ତ ଥିବା ଅଭିଯୋଗ ହୋଇଛି।

ଆଜି ଥିଲା ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ଼ୁଙ୍କ ପୁଅର ବାହାଘର। ସେଥିପାଇଁ ପାଇଁ ପୂରା ପରିବାର ଖୁସିରେ ବସ୍‌ଗୁଲ୍‌ ଥିଲା। ଅପରାହ୍ନରେ ନିର୍ଦ୍ଧାରିତ ସମୟରେ ଘରୁ ବାହାରିଥିଲା ବର ଶୋଭାଯାତ୍ରା। ବର ଯାତ୍ରୀମାନେ ୩୨୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଶୋଭାଯାତ୍ରାରେ ଯାଉଥିଲେ। ଠିକ୍‌ ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ଓ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକକୁ ଘୂସାରି ଆଣି ନିର୍ଧୁମ ଛେଚିଛନ୍ତି। ପରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story