ପୃଥକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ସହରରେ ଆଜି ସକାଳୁ ସକାଳୁ ଦୁଇଟି ପୃଥକ୍‌  ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଉମେଶ ବେହେରା ଓ ପ୍ରମୋଦ ସେଠୀ। ସୂଚନାଅନୁସାରେ, ଉମେଶ ଏକ ବାଇକ୍‌ରେ ପାରାଦୀପ ଯାଉଥିଲେ। ଏହି ସମୟରେ ପାରାଦୀପ ମୁଖ୍ୟ ରାସ୍ତାର ଅଠରବାଙ୍କି ନିକଟ ଟର୍ମିନାଲ ଛକରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌ ପଛପଟକୁ ଧକ୍କା ଦେଇଥିଲା। ଘଟଣା଼ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ଦୁର୍ଘଟଣା […]

accident-5

accident-5

Jyoshna Pradhan
  • Published: Thursday, 21 November 2019
  • Updated: 21 November 2019, 11:36 AM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ସହରରେ ଆଜି ସକାଳୁ ସକାଳୁ ଦୁଇଟି ପୃଥକ୍‌  ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଉମେଶ ବେହେରା ଓ ପ୍ରମୋଦ ସେଠୀ।

ସୂଚନାଅନୁସାରେ, ଉମେଶ ଏକ ବାଇକ୍‌ରେ ପାରାଦୀପ ଯାଉଥିଲେ। ଏହି ସମୟରେ ପାରାଦୀପ ମୁଖ୍ୟ ରାସ୍ତାର ଅଠରବାଙ୍କି ନିକଟ ଟର୍ମିନାଲ ଛକରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌ ପଛପଟକୁ ଧକ୍କା ଦେଇଥିଲା। ଘଟଣା଼ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ଦୁର୍ଘଟଣା ପରେ ଟ୍ରକ୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ସେହପିରି ନେହେରୁ ବଙ୍ଗଳା ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରମୋଦ ଏକ ସାଇକେଲରେ ଶୁଖୁଆ ଆଣିବା ପାଇଁ ପାରାଦୀପ ଯାଉଥିଲେ। ଏହି ସମୟରେ ନେହେରୁ ବଙ୍ଗଳା ରାସ୍ତାରେ ତାଙ୍କୁ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଶିରୀପୁର ଅଞ୍ଚଳରେ।ପାରାଦୀପ ଆଦର୍ଶ ଥାନା ପୁଲିସ୍‌ ଉଭୟ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos