ଭୁଶୁଡ଼ି ପଡ଼ିଲା ଇଟାଭାଟି, ଆଖି ବୁଜିଲେ ୨ ଭଉଣୀ

ଭବାନୀପାଟଣା (ରାଜକୁମାର ସିଂହଦେଓ): ପରିବାର ମୁହଁରେ ମୁଠାଏ ଦାନା ଦେବାକୁ କଳାହାଣ୍ଡି ଜିଲ୍ଲାର ୨ ଭଉଣୀ ଦାଦନ ଖଟିବାକୁ ସୁଦୂର ତାମିଲନାଡ଼ୁ ଯାଇଥିଲେ । ହେଲେ ଦଇବ ସହିଲାନି। ସେଠାରେ ଇଟାଭାଟିରେ କାମ କରୁଥିବା ବେଳେ ସେମାନଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।  ଭାଟି ଭୁଶୁଡ଼ି ପଡ଼ିବାରୁ ଏକାଥରେ ଆଖି ବୁଜିଛନ୍ତି ୨ ଭଉଣୀ।  ମୃତା ଯୁବତୀଦ୍ୱୟ ହେଲେ ଗୋଲାମୁଣ୍ଡା ବ୍ଲକ୍‌ ଅଞ୍ଚଳର ସଜନ୍ ଚଣ୍ଡିଙ୍କ ଦୁଇ ଝିଅ ପ୍ରମିଳା ଓ ମଦନା। ପରିବାରର ଆର୍ଥିକ ସ୍ଥିତି ଭଲ […]

ita-1-1

ita-1-1

Niharika Rout
  • Published: Friday, 05 June 2020
  • Updated: 05 June 2020, 09:09 AM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): ପରିବାର ମୁହଁରେ ମୁଠାଏ ଦାନା ଦେବାକୁ କଳାହାଣ୍ଡି ଜିଲ୍ଲାର ୨ ଭଉଣୀ ଦାଦନ ଖଟିବାକୁ ସୁଦୂର ତାମିଲନାଡ଼ୁ ଯାଇଥିଲେ । ହେଲେ ଦଇବ ସହିଲାନି। ସେଠାରେ ଇଟାଭାଟିରେ କାମ କରୁଥିବା ବେଳେ ସେମାନଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।  ଭାଟି ଭୁଶୁଡ଼ି ପଡ଼ିବାରୁ ଏକାଥରେ ଆଖି ବୁଜିଛନ୍ତି ୨ ଭଉଣୀ।  ମୃତା ଯୁବତୀଦ୍ୱୟ ହେଲେ ଗୋଲାମୁଣ୍ଡା ବ୍ଲକ୍‌ ଅଞ୍ଚଳର ସଜନ୍ ଚଣ୍ଡିଙ୍କ ଦୁଇ ଝିଅ ପ୍ରମିଳା ଓ ମଦନା।

ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇଟାଭାଟିରେ କାମ କରିବାକୁ ସେମାନେ ତାମିଲନାଡ଼ୁର ଥିରୁଭଲୁର୍ ଜିଲ୍ଲାକୁ ଯାଇଥିଲେ। ହେଲେ ସେଠାରେ କାମ କରୁଥିବାବେଳେ ହଠାତ୍ ଭାଟିଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ତା’ଭିତରେ ଚାପି ହୋଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଶ୍ରମିକଙ୍କ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos