‘ମୁଁ ଯାଉଛି, ଧନ ତୁମେ ଖୁସିରେ ରୁହ’: ଜୀବନ ହାରିଲେ +୨ ଛାତ୍ରୀ

ପୁରୀ (ଓଡ଼ିଶା ରିପୋର୍ଟର): “ଧନ ତୁମେ  ଖୁସିରେ ରୁହ। ମୁଁ ଯାଉଛି। ତୁମ ଖୁସିରେ ମୁଁ ଖୁସି। ସବୁଦିନ ପାଇଁ ମୁଁ ତତେ ଛାଡ଼ି ଚାଲିଯାଉଛି। ତୁ ଯେତେ ଚେଷ୍ଟା କଲେ ବି ମତେ ଆଉ ଫେରାଇ ଆଣିପାରିବୁନି। ଆଉ ମୁଁ ଚାହିଁଲେ ବି ତୋ ପାଖକୁ ଆସିପାରିବିନି।” ପ୍ରେମରେ ପ୍ରେମିକ ଠାରୁ ଧୋକା ପାଇବା ପରେ ଏମିତି ଏକ ଚିଠି ଲେଖି ଲେଖି ଜୀବନ ହାରିଛନ୍ତି ଜଣେ +୨ ଛାତ୍ରୀ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର […]

Puri

Puri

Hemant Lenka
  • Published: Monday, 24 October 2022
  • Updated: 24 October 2022, 08:22 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): “ଧନ ତୁମେ  ଖୁସିରେ ରୁହ। ମୁଁ ଯାଉଛି। ତୁମ ଖୁସିରେ ମୁଁ ଖୁସି। ସବୁଦିନ ପାଇଁ ମୁଁ ତତେ ଛାଡ଼ି ଚାଲିଯାଉଛି। ତୁ ଯେତେ ଚେଷ୍ଟା କଲେ ବି ମତେ ଆଉ ଫେରାଇ ଆଣିପାରିବୁନି। ଆଉ ମୁଁ ଚାହିଁଲେ ବି ତୋ ପାଖକୁ ଆସିପାରିବିନି।” ପ୍ରେମରେ ପ୍ରେମିକ ଠାରୁ ଧୋକା ପାଇବା ପରେ ଏମିତି ଏକ ଚିଠି ଲେଖି ଲେଖି ଜୀବନ ହାରିଛନ୍ତି ଜଣେ +୨ ଛାତ୍ରୀ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି।

ତାଙ୍କ ଘର ବଳଙ୍ଗା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ହୋଇଥିବା ବେଳେ ସେ ସୁକନ୍ୟା ହଷ୍ଟେଲରେ ରହୁଥିଲେ। ତେବେ ହଷ୍ଟେଲରେ ଥିବା ନିଜ ରୁମରେ ସେ ବେକରେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଛନ୍ତି। ଆଜି ତାଙ୍କ ମୃତଦେହକୁ ପୁଲିସ୍‌ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଦୀପାବଳୀ ପାଇଁ ସାଙ୍ଗମାନେ ଆଜି ତାଙ୍କୁ ସକାଳୁ ଡାକିବାକୁ ଯାଇଥିଲେ। ସାଙ୍ଗମାନେ କବାଟ ବାଢ଼େଇଲେ ମଧ୍ୟ ସେ ଖୋଲି ନଥିଲେ। ସେହିପରି ବାରମ୍ବାର ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ସାଙ୍ଗମାନେ କୌଣସି ଅଘଟଣର ଆଶଙ୍କା କରି ତୁରନ୍ତ ହଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କୁ ଖବର ଦେଇଥିଲେ। ସେ ଟାଉନ ଥାନା ପୁଲିସ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କ ଉପସ୍ଥିତିରେ କବାଟ ଖୋଲାଯିବା ପରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖବାକୁ ମିଳିଥିଲା।

ସାଇଣ୍ଟିଫିକ ଟିମ୍‌ ସହ ମିଶି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀଙ୍କ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ଛାତ୍ରୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ଆବେଗ ଭରା କେଇ ପଦ ଶଦ୍ଦ ଲେଖିଛନ୍ତ। ଧନ ତୁମେ ଖୁସିର ରୁହ। ମୁଁ ଯାଉଛି। ତୁମ ଖୁସିରେ ମୁଁ ଖୁସି। ପୁଲିସ୍‌ ଏହାକୁ ଆଧାର କରି ଆତ୍ମହତ୍ୟା ପଛରେ ପ୍ରେମ ସମ୍ପର୍କିତ କାରଣ ରହିଥାଇ ପରେ ବୋଲି ସନ୍ଦେହ କରୁଛି। ତେବେ କିଏ ସେ ପ୍ରେମିକ? ଏମିତି କ’ଣ ହେଲା ଯେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନି।

ଏହା ପଛରେ ଥିବା ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଘଟଣାର ତଦନ୍ତ ଦାୟିତ୍ୱ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି। ସେହିପରି ସାଇଣ୍ଟିଫିକ ଟିମ୍‌ ମଧ୍ୟ ଛାତ୍ରୀଙ୍କ ରୁମରେ ଛାନଭିନ କରିଛି। ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଛାତ୍ରୀ ଜଣଙ୍କ ହଷ୍ଟେଲ ରୁମରେ ଏକାକୀ ରହୁଥିଲେ। ଟାଉନ ଥାନା ପୁଲିସ ଏବେ ଅପମୃତ୍ୟୁ ମାମଲା ରୁଜୁ କରିଛି ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଘଟଣାର ଗୁରୁତ୍ୱକୁ ଦେଖି ଜଣେ ମହିଳା ଡିଏସପି ପାହ୍ୟାର ଅଧିକାରୀ ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ସରଜମିନ ଯାଞ୍ଚ କରିଛନ୍ତି। ସୁଇସାଇଡ ନୋଟ ଜବତ ହୋଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ସବୁ ଦିଗକୁ ପୁଲିସ୍‌ ଯାଞ୍ଚ କରୁଛି। ପରବର୍ତ୍ତୀ ଅବସ୍ଥାରେ ଘଟଣା ପଛର କାରଣ ସାମ୍ନାକୁ ଆସିବ।”

ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ସେ ବହୁତ ଭଲ ପିଲା ଥିଲା। ଆଜି ଛୁଟି ଥିବାରୁ ସେ ଘରକୁ ଆସିଥାଆନ୍ତା। ହେଲେ ଆମ ପାଖରେ ତା’ର ଆତ୍ମହତ୍ୟା ଖବର ପହଞ୍ଚିଛି। ସେ କେବେ ହେଲେ ଆତ୍ମହତ୍ୟା କରିବା ପିଲା ନୁହେଁ। ତା’କୁ କିଏ ଏପରି କରିବାକୁ ବାଧ୍ୟ କରିଛି। ଏୟା ପଛରେ ଥିବା ଲୋକକୁ ଖୋଜି ବାହାର କରିବା ଦରକାର ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story