ମହଙ୍ଗା ପଡ଼ିଲା ଲାଞ୍ଚ: ଡେପୁଟି କଲେକ୍ଟରଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

<p>ବଲାଙ୍ଗିର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କୁ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ ଜେଲ୍ ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଜୟିନୀ କେନ୍ଦ୍ରାପଡ଼ାରେ ଡେପୁଟି କଲେକ୍ଟର ଅଛନ୍ତି।</p> <p>ଏହା ହେଉଛି ୨୫ ମାର୍ଚ୍ଚ, ୨୦୧୩ ମସିହାର ଘଟଣା। ବିଜୟିନୀ ଲୋଇସିଂହାର ତହସିଲଦାର ଥିଲା ସମୟରେ ଏକ ଜମିରେ ପାଣି ମଡ଼ାଇବା ପାଇଁ ଜଣେ ଚାଷୀଙ୍କୁ ହଇରାଇ ହରକତ କରୁଥିଲେ। ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। କେବଳ ଗୋଟିଏ ନୁହେଁ ୨ଟି ଘଟଣାରେ ବିଜୟିନୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏନେଇ ତଦନ୍ତ ଚାଲିଥିଲା। ତଦନ୍ତକାରୀ ଅଧିକାରୀ &nbsp;୨୦୧୪ ମାର୍ଚ୍ଚ ୧୪ ତାରିଖରେ ଚାର୍ଜସିଟ୍&zwnj; ଦାଖଲ କରିଥିଲେ। ସେହିଦିନ ଠାରୁ ଟ୍ରାଏଲ୍ ଆରମ୍ଭ ହୋଇଥିଲା। &nbsp;ଗତକାଲି ସ୍ୱତନ୍ତ୍ର&nbsp; ଭିଜିଲାନ୍ସ ଜଜ୍&zwnj;&nbsp; ବିଜୟିନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା&rsquo;ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ୍&zwnj;ଦଣ୍ଡ ଭୋଗିବାକୁ ପଡ଼ିବ।</p>

Ordigital Desk
  • Published: Friday, 15 December 2017
  • Updated: 15 December 2017, 11:14 AM IST

Sports

Latest News

<p>ବଲାଙ୍ଗିର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କୁ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ ଜେଲ୍ ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଜୟିନୀ କେନ୍ଦ୍ରାପଡ଼ାରେ ଡେପୁଟି କଲେକ୍ଟର ଅଛନ୍ତି।</p><p>ଏହା ହେଉଛି ୨୫ ମାର୍ଚ୍ଚ, ୨୦୧୩ ମସିହାର ଘଟଣା। ବିଜୟିନୀ ଲୋଇସିଂହାର ତହସିଲଦାର ଥିଲା ସମୟରେ ଏକ ଜମିରେ ପାଣି ମଡ଼ାଇବା ପାଇଁ ଜଣେ ଚାଷୀଙ୍କୁ ହଇରାଇ ହରକତ କରୁଥିଲେ। ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। କେବଳ ଗୋଟିଏ ନୁହେଁ ୨ଟି ଘଟଣାରେ ବିଜୟିନୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏନେଇ ତଦନ୍ତ ଚାଲିଥିଲା। ତଦନ୍ତକାରୀ ଅଧିକାରୀ &nbsp;୨୦୧୪ ମାର୍ଚ୍ଚ ୧୪ ତାରିଖରେ ଚାର୍ଜସିଟ୍&zwnj; ଦାଖଲ କରିଥିଲେ। ସେହିଦିନ ଠାରୁ ଟ୍ରାଏଲ୍ ଆରମ୍ଭ ହୋଇଥିଲା। &nbsp;ଗତକାଲି ସ୍ୱତନ୍ତ୍ର&nbsp; ଭିଜିଲାନ୍ସ ଜଜ୍&zwnj;&nbsp; ବିଜୟିନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା&rsquo;ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ୍&zwnj;ଦଣ୍ଡ ଭୋଗିବାକୁ ପଡ଼ିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos