‘ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏସବୁ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟରୁ ୮୦୬ଟି କେନ୍ଦ୍ରର ପୁନଃ ନିର୍ମାଣ କରିବାକୁ ଚଳିତ ଆର୍ଥିକ ବର୍ଷରେ ସରକାର ଯୋଜନା ରଖିଛନ୍ତି। ରାଜ୍ୟରେ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସେଥିରୁ ୪୦ ହଜାର ୭୮୮ଟି କେନ୍ଦ୍ର ନିଜସ୍ୱ ଘରେ […]

tukuni-sahu

tukuni-sahu

Manoranjan Sial
  • Published: Saturday, 16 November 2019
  • Updated: 16 November 2019, 08:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏସବୁ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟରୁ ୮୦୬ଟି କେନ୍ଦ୍ରର ପୁନଃ ନିର୍ମାଣ କରିବାକୁ ଚଳିତ ଆର୍ଥିକ ବର୍ଷରେ ସରକାର ଯୋଜନା ରଖିଛନ୍ତି।

ରାଜ୍ୟରେ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସେଥିରୁ ୪୦ ହଜାର ୭୮୮ଟି କେନ୍ଦ୍ର ନିଜସ୍ୱ ଘରେ ଚାଲିଥିବା ବେଳେ ୪ ହଜାର ୭୦୨ଟି କେନ୍ଦ୍ର ଭଡ଼ା ଘରେ ଚାଲିଛି। ୧୦ ହଜାର ୫୦୭ଟି ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ  ଜାରି ରହିଛି ବୋଲି ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos