୨୩ ଜଣଙ୍କୁ ମିଳିବ ପୁଲିସ ସାହସିକତା ମେଡାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାର ୨୩ ଜଣଙ୍କୁ ପୁଲିସ ସାହସିକତା ମେଡାଲ ମିଳିବ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ମିଳିବ ମେରିଟୋରିୟସ ସେବା ପଦକ। ଡିଏସ୍‌ପି ପ୍ରମୋଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଭିଜିଲାନ୍ସ ASI ଶିବ ନାରାୟଣ ରଥଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ୨୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଏସ୍‌ପି କେ. ଶିବା […]

23-cops-from-Odisha-to-receive-bravery-awards-on-Independence-Day

23-cops-from-Odisha-to-receive-bravery-awards-on-Independence-Day

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 04:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାର ୨୩ ଜଣଙ୍କୁ ପୁଲିସ ସାହସିକତା ମେଡାଲ ମିଳିବ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ମିଳିବ ମେରିଟୋରିୟସ ସେବା ପଦକ।

ଡିଏସ୍‌ପି ପ୍ରମୋଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଭିଜିଲାନ୍ସ ASI ଶିବ ନାରାୟଣ ରଥଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ୨୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଏସ୍‌ପି କେ. ଶିବା ସୁବ୍ରମଣି, ଏସ୍‌ପି ଜଗମୋହନ ମୀନା, ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, କନଷ୍ଟେବଲ ସୁଶୀଲ ଦାସ, କନଷ୍ଟେବଲ ଚନ୍ଦ୍ରମଣି ଭୋଇ, କନଷ୍ଟେବଲ ସମା ଧାଙ୍ଗଡା ମାଝୀ, କନଷ୍ଟେବଲ ଦିଲ୍ଲୀପ କୁମାର ଦାନ୍ତଙ୍କ ସହ ୨୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର।
ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଜେଲ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ୩ ଜେଲ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ। ଏହି ଅଧିକାରୀମାନେ ହେଉଛନ୍ତି ସମ୍ୱଲପୁର ସର୍କଲ ଜେଲର ଉନ୍ନୟନ ଅଧିକାରୀ ସଂଗ୍ରାମ ମଲ୍ଲିକ, ବଲାଙ୍ଗୀର ଜିଲ୍ଲାର ସହାୟକ ଜେଲର ନିରଞ୍ଜନ କିଶାନ ଓ କଟକ ସର୍କଲ ଜେଲର ୱାର୍ଡର ସଦାଶିବ ପ୍ରଧାନ। ଚଳିତବର୍ଷ ଏହି କ୍ଷେତ୍ରରେ ବିଶେଷ ସେବା କରିଥିବା ୩ ଜଣ ଜେଲ ଅଧିକାରୀଙ୍କୁ ଏବଂ ପ୍ରଶଂସନୀୟ ସେବା କରିଥିବା ୩୭ ଜଣ ଜେଲ
ଅଧିକାରୀଙ୍କୁ ସମ୍ମାନିତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos