ଚୋରି କରିବାକୁ ଆସି ବନ୍ଧା ହେଲେ ୩ ଯୁବକ

ସାଲେପୁର(ମନୋଜ ଆଚାର୍ଯ୍ୟ): ରାତିଅଧରେ ପାଚେରି ଡେଇଁ ପଶିଥିଲେ ଚୋରି କରିବାକୁ । ହେଲେ ଉଦ୍ୟମ ହୋଇଗଲା ପଣ୍ଡ। କିଛି ବୁଝିବା ଆଗରୁ ଗାଁ ଲୋକେ ମାଡି ବସି କାବୁ କରି ନେଲେ ୩ ଚୋରଙ୍କୁ। ଆଉ ସେଠାରୁ ସେମାନେ ସିଧା ଗଲେ ଥାନାକୁ । ଏପରି ଘଟଣା ଘଟିଛି କଟକ ଜିଲା ସାଲେପୁର ଥାନା ଅଢ଼ଙ୍ଗା ଗାଁରେ । ଧରାପଡ଼ିଥିବା ଚୋରମାନେ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ୱର କାଣ୍ଡି।

ଗତକାଲି ବିଳମ୍ବିତ ରାତିରେ ଗାଁର ଅବଦୁଲ ମଲ୍ଲିକ ଖାନଙ୍କ ଘରର ପାଚେରି ଡେଇଁ ଉକ୍ତ ତିନି ଜଣ  ଚୋରି କରିବାକୁ ଉଦ୍ୟମ କରୁଥିଲେ। ହେଲେ ରମଜାନ ମାସ ହୋଇଥିବାରୁ ଅବଦୁଲଙ୍କ ପରିବାର ଲୋକେ ନିଦରୁ ଉଠି  ଓଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏକଥା ଚୋରମାନେ ଜାଣି ନଥିଲେ।

ଚୋରମାନେ ପାଚେରି ଡେଇଁବା ଦେଖି ଅବଦୁଲଙ୍କ ପରିବାର ଲୋକେ ସତର୍କ  ହୋଇଯାଇଥିଲେ। ଏହାସହ ଅତି ଚତୁରତାର ସହ ପାଖ ପଡ଼ୋଶୀଙ୍କ ସହାୟତା ନେଇ ସମସ୍ତ ତିନିଜଣ ଚୋରଙ୍କୁ କାବୁକରି ନଡ଼ିଆ ଗଛରେ ବାନ୍ଧି ପକାଇଥିଲେ। ଏହାପରେ  ଅବଦୁଲଙ୍କ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଆଜି ସକାଳେ ଏହି ୩ ଚୋରଙ୍କୁ ଗ୍ରାମବାସୀ ସାଲେପୁର ପୁଲିସକୁ ଜିମାଦେଇଥିଲେ।

ଆହୁରି ପଢ଼ନ୍ତୁ

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସାଉଦି ଆରବକୁ ପଛରେ ପକାଇଲା ମହାରାଷ୍ଟ୍ର, ଦିନକରେ ୨୨୪ ମୃତ, ୫୧୩୪ ପଜିଟିଭ

ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

୯ରୁ ଗଞ୍ଜାମ ଜିଲ୍ଲାର ସବୁ ସହର ଶଟ୍‌ଡାଉନ୍‌

ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍‌ କେସ୍‌

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ମାସ୍କ ଓ ସାନିଟାଇଜର

କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ

୧୯୬୨ ଭଳି ଧୋକା ଦେବ କି ଚାଇନା, ପୂରା ରାତି ବାୟୁସେନାର ଅପରେସନ

ମୋଦି ସରକାରରେ କିଏ ସୁପର ପାଓ୍ୱାର?