ଶେଷ ବର୍ଷ ପାଇଁ ନବୀନଙ୍କ ଥ୍ରୀ ଡି’ ଫର୍ମୁଲା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣାଇଥିଲେ  ଥ୍ରୀ ଟି’ ଫର୍ମୁଲା। ଆଉ ଏଥର କାମ କରିବେ ଥ୍ରୀ ଡି’ ଫର୍ମୁଲାରେ। ଅର୍ଥାତ୍ ଡେଡିକେସନ, ଡିଟରମିନେସନ ଓ ଡିଭୋସନ। ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ ଅବସରରେ ଏହି ଫର୍ମୁଲାରେ ସରକାରୀ କଳ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ଏହାସହ ରାଜ୍ୟ ସରକାରଙ୍କ ୧୦ଟି  ବଡ ସଫଳତା କଥା ବି ବଖାଣିଛନ୍ତି।
ଚତୁର୍ଥ ପାଳିର ପଞ୍ଚମ ବର୍ଷର ପ୍ରଥମ ଦିନରେ ସଚିବାଳୟରେ ବସିଥିଲା ମନ୍ତ୍ରୀ ପରିଷଦର ବୈଠକ। ନବୀନ ଏହାର ଅଧ୍ୟକ୍ଷତା କରିଥିଲେ। ୨୦୧୪ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି, ତାହାର ସମୀକ୍ଷା କରିଥିଲେ ନବୀନ। ଓଡ଼ିଆ ଭାଷା, ଗୃହ ନିର୍ମାଣ, ଗ୍ରାମାଞ୍ଚଳ ସଡ଼କ, ଜଳସେଚନ ଓ କୃଷି, ସହରାଞ୍ଚଳ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଅନୁସୂଚଜିତ ଜନଜାତି, ମହିଳା ଓ କ୍ରୀଡ଼ା କ୍ଷେତ୍ରରେ ସରକାରର ୧୦ଟି ବଡ଼ ସଫଳତା କଥା କହିଥିଲେ।
ଏହି ଶେଷ ବର୍ଷରେ ସରକାର ୭ଟି ପ୍ରମୁଖ ଲକ୍ଷ୍ୟ ହାସଲ କରିବାକୁ ମଧ୍ୟ ବୈଠକରେ ଯୋଜନା କରାଯାଇଛି। ଏହି ଲକ୍ଷ୍ୟ ଭିତରେ ରହିଛି, ୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ,  ୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ଭାଗଚାଷୀଙ୍କୁ ଫସଲ ଋଣ ପ୍ରଦାନ, ସବୁ ଘରକୁ ଅକ୍ଟୋବର ୨ ସୁଦ୍ଧା ବିଦ୍ୟୁତ ଯୋଗାଣ, ୨ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ, ୫ଟି ନୂଆ ମେଡିକାଲ କଲେଜ ସ୍ଥାପନ। ଏହାସହ ଥ୍ରୀ ଡି’ ଅର୍ଥାତ୍ ଡେଡିକେସନ୍, ଡିଟରମିନେସନ୍ ଓ ଡିଭୋସନ୍ ଫର୍ମୁଲାରେ କାମ କରିବାକୁ ସରକାରୀ କଳର ବାବୁମାନଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।
୧୮ ବର୍ଷ ବିଜେଡି ଶାସନ କାଳରେ ହୋଇଥିବା ୩୬ଟି ମହାଦୁର୍ନୀତିର ତଥ୍ୟ ରଖି ସରକାରଙ୍କ ବିରୋଧରେ ଚାର୍ଜସିଟ ଆଣିଛି ବିଜେପି। ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ୭୧ ପୃଷ୍ଠାର  ଏକ ବହି ଉନ୍ମୋଚନ କରି ନବୀନଙ୍କ ବିରୋଧରେ ୩୬ଟି ଦୁର୍ନୀତିର ଆରୋପ ଲଗାଇଛନ୍ତି। ଏଥିରେ ଅଛି ୨୨ ହଜାର ୯୦୧ କୋଟିର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି, ୫୯ ହଜାର କୋଟି ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ମନେରେଗା ଦୁର୍ନୀତି, ୧୮ ହାଜର କୋଟି ଟଙ୍କାର ବାଲିଘାଟ ଦୁର୍ନୀତି, ୨୮ ହଜାର କୋଟି ଟଙ୍କାର ଜଙ୍ଗଲ ଜମି ଦୁର୍ନୀତି, ପିସି କାରବାରରେ ୩୦ ହଜାର କୋଟି ଟଙ୍କାର ଘୋଟାଲା, କୃଷିଋଣରେ ୧୫ ହଜାର କୋଟି ଟଙ୍କାର ହେରଫେର। ଏସବୁ ଦୁର୍ନୀତି ଅଭିଯୋଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି କହିଛି।
ଅନ୍ୟପକ୍ଷରେ ଏସବୁ ଦୁର୍ନୀତିରେ ୯ ବର୍ଷ ଭାଗୁଆଳି ଥିବା ବିଜେପିର ଭାଗ କେତେ ବୋଲି ପ୍ରଶ୍ନ କରିଛି କଂଗ୍ରେସ।
Ordigital Desk
• Published: Monday, 21 May 2018
• Updated: 21 May 2018, 10:10 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos