ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର; ୩ ମୃତ, ୧୦ ଗୁରୁତର

ବାଲେଶ୍ୱର/ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପୁରୀ ବାଲିସାହି ଅଞ୍ଚଳର ଗୋଟିଏ ପରିବାର ତାଙ୍କ କିଛି ବନ୍ଧୁବାନ୍ଧବକୁ ନେଇ ଦେବକୁଣ୍ଡ ଯାଉଥିଲେ। ଟ୍ରାଭେଲର୍‌ରେ ମୋଟ ୨୫ ଜଣ ଯାତ୍ରୀ ଥିଲେ। ତେବେ ଶେରଗଡ଼ […]

accident

accident

Jitendra Garnayak
  • Published: Sunday, 08 December 2019
  • Updated: 08 December 2019, 07:33 AM IST

Sports

Latest News

ବାଲେଶ୍ୱର/ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ ବାଲିସାହି ଅଞ୍ଚଳର ଗୋଟିଏ ପରିବାର ତାଙ୍କ କିଛି ବନ୍ଧୁବାନ୍ଧବକୁ ନେଇ ଦେବକୁଣ୍ଡ ଯାଉଥିଲେ। ଟ୍ରାଭେଲର୍‌ରେ ମୋଟ ୨୫ ଜଣ ଯାତ୍ରୀ ଥିଲେ। ତେବେ ଶେରଗଡ଼ ପେଟ୍ରୋଲ୍ ପମ୍ପ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଟ୍ରକ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଟ୍ରାଭେଲର୍‌ଟି ଏହା ପଛରେ ଜୋରରେ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos