କଟକ(ଓଡ଼ିଶା ରିପୋର୍ଟର): କଟକ ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି।
ଗତକାଲି ରାତି ୩ଟାରେ କଟକ ଆଡୁ ଏକ କାର୍ ଭୁବନେଶ୍ୱର ଆଡ଼କୁ ଦ୍ରୃତ ଗତିରେ ଯାଉଥିଲା। କିଛି ସମୟ ପରେ ଉକ୍ତ ଗାଡ଼ିଟି ତେଲେଙ୍ଗା ପେଣ୍ଠଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୧୭ ଦାଦନ ଶ୍ରମିକ; ଅଟକାଇ ଦେଲା ପୁଲିସ୍
ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟଛୁଆ ୨ ଜଣ ଅଛନ୍ତି।
Events & Festivals
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ।
Crime
ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ; ମାଡ଼ି ବସିଲା ଭିଜିଲାନ୍ସ
ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।