ବଜ୍ରପାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନଇରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।  […]

lighting-12

lighting-12

Tapas Behera
  • Published: Sunday, 16 June 2019
  • Updated: 16 June 2019, 05:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନଇରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।  ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ବାଲୁଗାଁ ଡାକ୍ତରଖାନା ଓ ଜଣଙ୍କୁ ନଇରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗତ ରାତିରେ ୪ ଭାଇ ମାଛ ମାରିବା ଲାଗି ଚିଲିକା ଭିତରକୁ ଯାଇଥିଲେ।  ଏହି ସମୟରେ ବଜ୍ରପାତ ହୋଇଥିଲା।

ଅନ୍ୟପକ୍ଷେ, ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ହୋଇଛି। ଫଳରେ ତୁମୁରିଆ, କଇଁପୁର ଓ ଭଗାବେଡ଼ା ଗାଁରେ ପ୍ରାୟ ୨୦ରୁ ଅଧିକ ଘରର ଛପର ନଷ୍ଟ ହୋଇଛି। ଏହାସହ ଗଛ ଉପୁଡ଼ିବା ଯୋଗୁ ରାସ୍ତାଘାଟ ବନ୍ଦ ରହିଥିଲା। ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି। ଜାରକାଣୀ ଓ କଇଁପୁର ଅଞ୍ଚଳରେ ୩୦ରୁ ଅଧିକ ଖୁଣ୍ଟ ଭୁଶୁଡ଼ି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos