Advertisment

ଆଧାର ଲିଙ୍କ୍‌ ପରେ ମଧ୍ୟ ୩ ଲକ୍ଷରୁ ଅଧିକ ଚାଷୀଙ୍କ ହିସାବ ମିଳୁନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଧାର ସଂଯୋଗ ନ ହେଲେ ମିଳିବନି ଶସ୍ୟ ଋଣ। ଆଧାର ଲିଙ୍କ ନ ହେଲେ ଚାଷୀ ସରକାରଙ୍କୁ ବିକି ପାରିବନି ନିଜ ଉତ୍ପାଦିତ ଧାନ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡା କଡି କରିଥିଲେ ରାଜ୍ୟ ସରକାର। ତେବେ ଧାନ ବିକିବାକୁ ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍‌ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଛି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଧାର ଲିଙ୍କ୍‌ ପରେ ମଧ୍ୟ ୩ ଲକ୍ଷରୁ ଅଧିକ ଚାଷୀଙ୍କ ହିସାବ ମିଳୁନି

froud-crop-lone-on-odisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଧାର ସଂଯୋଗ ନ ହେଲେ ମିଳିବନି ଶସ୍ୟ ଋଣ। ଆଧାର ଲିଙ୍କ ନ ହେଲେ ଚାଷୀ ସରକାରଙ୍କୁ ବିକି ପାରିବନି ନିଜ ଉତ୍ପାଦିତ ଧାନ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡା କଡି କରିଥିଲେ ରାଜ୍ୟ ସରକାର। ତେବେ ଧାନ ବିକିବାକୁ ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍‌ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଛି।

Advertisment

ଅନ୍ୟପକ୍ଷରେ ଚାଷୀଙ୍କ ଆଧାର ଭାଲିଡିଟ୍ କରିବାକୁ କୋଅପରେଟିଭ୍‌ ସୋସାଇଟ୍‌ର ରେଜିଷ୍ଟ୍ରାର ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ରହିଛି ରୋଚକ ତଥ୍ୟ। ଧାନ ବିକିବାକୁ ପଞ୍ଜୀକରଣ କରିଥିବା ୧୨ ଲକ୍ଷ ୩୫ ହଜାର ଚାଷୀଙ୍କ ଆଧାର ଭିତରୁ ୩ ଲକ୍ଷ ୨୭ ହଜାର ଚାଷୀଙ୍କ ତଥ୍ୟ ମେଳ ଖାଉନି। ଆଉ ଏକ ଚିଠିରେ ରେଜିଷ୍ଟ୍ରାର ଲେଖିଛନ୍ତି ଋଣ ନେଇଥିବା ଚାଷୀ ଓ ନେବାକୁ ଆବେଦନ କରିଥିବା ସବୁ ଚାଷୀଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ।

ତେବେ ଏଥର ଖରିଫ୍‌ ପାଇଁ ସରକାର ୧୭ ଲକ୍ଷ ୨୬ ହଜାର ଚାଷୀଙ୍କୁ ୭ ହଜାର ୧୮ କୋଟି ଋଣ ଦେଇସାରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଆଧାର ଲିଙ୍କ ନ ଥିଲେ ଋଣ ମିଳିବ ନାହିଁ ବୋଲି କହିଥିଲେ ସରକାର କହିଥିଲେ। ଏପରି ସ୍ଥିତିରେ ଚାଷୀଙ୍କୁ ସରକାର ଋଣ ଦେଲେ କେମିତି? ଚାଷୀଙ୍କ ନାଁରେ ୮ ଲକ୍ଷ ଅଣଚାଷୀ ଶସ୍ୟ ଋଣ ନେଇ ଯାଇନାହାନ୍ତି ତ? ଯାହାକୁ ନେଇ ଏବେ ସନ୍ଦେହ ଘନିଭୂତ ହୋଇଛି।

Advertisment

୧୭ ଲକ୍ଷ ଚାଷୀ ଖରିଫ୍‌ ଋଣ ନେଇଛନ୍ତି। ତଥାପି ଏବେ ବି ଅନେକ ଚାଷୀ ଅଛନ୍ତି, ଯେଉଁମାନେ ଆଧାର ଲିଙ୍କ କରିବାକୁ ଚାହୁଁଥିଲେ ମଧ୍ୟ ବ୍ୟବସ୍ଥାରେ ତ୍ରୁଟି ପାଇଁ କରିପାରୁନାହାଁନ୍ତି। ଏହାର ନମୂନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। କପ୍ତିପଦାର ଚାଷୀ ରମାକାନ୍ତ ନାଏକ ଓ ପ୍ରଫଲ୍ଲ ଲେଙ୍କା। ଲ୍ୟାମ୍ପସରେ କର୍ମଚାରୀ ରହୁ ନଥିବାରୁ ବାରମ୍ବାର ଯାଇ ଫେରୁଛନ୍ତି। ଏମାନେ ଋଣ ଚାହିଁଥିଲେ ମଧ୍ୟ ଆଧାର ଲିଙ୍କ ହୋଇ ନଥିବାରୁ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। କେବଳ ଏହି ଦୁଇ ଚାଷୀ ନୁହଁନ୍ତି। ଏମାନଙ୍କ ପରି ଅନେକ ଚାଷୀ ଏହି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଅଣଚାଷୀ ଋଣ ନେବା ସନ୍ଦେହ ଉପରେ ଜଣିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ପ୍ରତିକିୟା ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।