ଡାକ ବଙ୍ଗଳା ଭିତରେ ମନ୍ତ୍ରୀ , ବାହାରେ ୩ ଦଳର କର୍ମୀଙ୍କ ହୋହଲ୍ଲା

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): କୁଚିଣ୍ଡାରେ ରାଜନୈତିକ ତାତି ଥମିବା ନାଁ ଧରୁନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳୁ ଆରମ୍ଭ ହୋଇଥିବା ରାଜନୈତିକ ନିଆଁ ଏ ଯାଏ ଲିଭୁନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେଡି କର୍ମୀ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ରାଗ ଶୁଝାଇଛନ୍ତି ଉଭୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ। ଘଟଣାସ୍ଥଳରେ ପହଞ୍ଚି ବିଜେପି, କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେବା ପରେ କଡ଼ା ସୁରକ୍ଷାରେ […]

kuchinda

kuchinda

Niharika Rout
  • Published: Wednesday, 03 November 2021
  • Updated: 03 November 2021, 01:55 PM IST

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): କୁଚିଣ୍ଡାରେ ରାଜନୈତିକ ତାତି ଥମିବା ନାଁ ଧରୁନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳୁ ଆରମ୍ଭ ହୋଇଥିବା ରାଜନୈତିକ ନିଆଁ ଏ ଯାଏ ଲିଭୁନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେଡି କର୍ମୀ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ରାଗ ଶୁଝାଇଛନ୍ତି ଉଭୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ। ଘଟଣାସ୍ଥଳରେ ପହଞ୍ଚି ବିଜେପି, କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେବା ପରେ କଡ଼ା ସୁରକ୍ଷାରେ ଡାକବଙ୍ଗଳାରୁ ବାହାରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲେ ମନ୍ତ୍ରୀ ଟୁକୁନି ସାହୁ ।

ମନ୍ତ୍ରୀ ଟୁକୁନି ସାହୁ  ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆଜି କୁଚିଣ୍ଡା ଡାକ ବଙ୍ଗଳାରେ ଥିବା ବେଳେ ଡାକବଙ୍ଗଳା ବାହାରେ ଚାଲିଛି  ହୋହଲ୍ଲା।  ସକାଳୁ  କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ ଓ ବିଜେଡି ବିରୋଧରେ ନାରାବାଜି କରୁଥିବା ବେଳେ  ମନ୍ତ୍ରୀଙ୍କ ସପକ୍ଷରେ ପହଞ୍ଚି ଯାଇଛନ୍ତି ବିଜେଡି କର୍ମୀ।

ଡାକବଙ୍ଗଳା ବାହାରେ କଂଗ୍ରେସ ଓ ବିଜେପି କର୍ମୀ ନାରାବାଜି କରିଛନ୍ତି । ଡାକବଙ୍ଗଳା ନିକଟରେ ପହଞ୍ଚି ବିଜେଡି କର୍ମୀ ମଧ୍ୟ   ରାଜ୍ୟ ସରକାରଙ୍କ ସମର୍ଥନରେ ନାରାବାଜି କରିଛନ୍ତି । ଫଳରେ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଛି।

ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ କୁଚିଣ୍ଡା ବନ୍ଦ ପାଳନ କରାଯାଉଛି । ଏପରି ସ୍ଥିତିରେ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡାରେ ପହଞ୍ଚି ଯିବାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତେବେ ପ୍ରତିବାଦ ବେଳେ ଘଟଣାସ୍ଥଳରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି। ଏହାପରେ ମନ୍ତ୍ରୀ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାଲି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos